ଡିଜି କାର୍ଯ୍ୟାଳୟରେ ପୁଲିସ ସମନ୍ବୟ ବୈଠକ
ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପୁଲିସର ପ୍ରସ୍ତୁତିକୁ ନେଇ ଡିଜି କାର୍ଯ୍ୟାଳୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଅନ୍ୟ ୫ଟି ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ ସାମିଲ ହୋଇଛନ୍ତି । ଓଡିଶା ପୁଲିସ ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ବହୁ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଛନ୍ତି । ବୈଠକରେ ନକ୍ସଲ ସମସ୍ୟା, ନିର୍ବାଚନ ବେଳେ ଅର୍ଥ କାରବାରକୁ ନେଇ ଆଲୋଚନା ହୋଇଛି । ଏହା ସହ ଅପରାଧ କାର୍ଯ୍ୟକଳାପ ରୋକିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।
ବୈଠକ ପରେ ଡିଜିପି ଆର.ପି ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସୁଛି । ତେଣୁ ଆନ୍ତଃରାଜ୍ୟ ସହଯୋଗ ନିହାତି ଆବଶ୍ୟବ । ନକ୍ସଲ ହିଂସା ଘଟାଇପାରନ୍ତି, ତେଣୁ ସେହି ଦୃଷ୍ଟି କୋଣରୁ ସୁବ ରାଜ୍ୟ ଆଲର୍ଟ ରହିବା ଜରୁରୀ । ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଓ ଜଏଣ୍ଟ ଅପରେସନକୁ ଡିଜିଙ୍କ ଗୁରୁତ୍ବ ବୋଲି ଆର.ପି ଶର୍ମା ଗଣମାଧ୍ୟମରେ କହିଛନ୍ତି ।