www.samajalive.in
Sunday, December 7, 2025
26.1 C
Bhubaneswar

ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବନି ଅଧିକ କ୍ଷତିପୂରଣ,​ କେନ୍ଦ୍ରର ଆବେଦନ ଖାରଜ

ନୂଆଦିଲ୍ଲୀ: ୧୯୮୪ ଭୋପାଳ ଗ୍ୟାସ୍ ଦୁର୍ଘଟଣା ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ରାଶି ବଢ଼ାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା କ୍ୟୁରେଟିଭ୍ ପିଟିସନ୍‌କୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୟୁନିଅନ୍ କାର୍ବାଇଡ୍ ସହ ଜଡିତ ଏହି ମାମଲାରେ, ୨୦୧୦ରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରାଯାଇଥିଲା। ଏହା ଉପରେ ସୁପ୍ରିମକୋର୍ଟ ଜାନୁଆରୀରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଆବେଦନକୁ ଖାରଜ କରିବା ସହ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଚୁକ୍ତିନାମାର ଦୁଇ ଦଶନ୍ଧି ପରେ କେନ୍ଦ୍ର ଏହି ପ୍ରସଙ୍ଗ ଉଠାଇବାର କୌଣସି ଯଥାର୍ଥତା ନାହିଁ। ଏଥିସହ ଭୋପାଳ ଗ୍ୟାସ ଦୁର୍ଘଟଣାର ପୀଡିତଙ୍କୁ କ୍ଷତିପୂରଣ ଦେବାରେ ଘୋର ଅବହେଳା ହୋଇଥିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ବର୍ଷିଛନ୍ତି। କେନ୍ଦ୍ରର ପଦକ୍ଷେପ ନିରାଶ କରିଛି। ଏବେବି ୫୦ କୋଟି ଟଙ୍କା ଆରବିଆଇ ପାଖରେ ପଡିଛି। ନିଜ ବିଚାରାଧୀନ ଦାବିର ସମାଧାନ ପାଇଁ କେନ୍ଦ୍ର ସହକାର ଏହି ଟଙ୍କାକୁ ବ୍ୟବହାର କରିବା ଉଚିତ। ଖଣ୍ଡପୀଠ କହିଛନ୍ତି ଯେ, ‘‘ଦୁଇ ଦଶନ୍ଧି ପରେ ଏହି ପ୍ରସଙ୍ଗ ଉଠାଇବାର ଯଥାର୍ଥତାକୁ ନେଇ କେନ୍ଦ୍ର ସରକାରଙ୍କ କୌଣସି ତର୍କରେ ଆମେ ସନ୍ତୁଷ୍ଟ ନୁହେଁ.. କ୍ୟୁରେଟିଭ୍‌ ପିଟିସନ୍‌ ଉପରେ ବିଚାର କରାଯାଇପାରିବ ନାହିଁ।’’ ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ସହ ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଅଭୟ ଏସ. ଓକା, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେ. କେ. ସାମିଲ ଥିଲେ।

- Advertisement -

କେନ୍ଦ୍ର ସରକାର ନିଜ ଆବେଦନରେ କହିଥିଲେ ଯେ, ୧୯୮୯ରେ ଯେତେବେଳେ ସୁପ୍ରିମକୋର୍ଟ କ୍ଷତିପୂରଣ ସ୍ଥିର କରିଥିଲେ, ସେତେବେଳେ ୨.୦୫ ଲକ୍ଷ ପୀଡିତାଙ୍କୁ ବିଚାରକୁ ନିଆଯାଇଥିଲା। ଏହି ବର୍ଷଗୁଡିକରେ ଗ୍ୟାସ ପୀଡିତଙ୍କ ସଂଖ୍ୟା ଅଢେଇ ଗୁଣରୁ ଅଧିକ ବଢି ୫.୭୪ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ କ୍ଷତିପୂରଣ ମଧ୍ୟ ବଢାଇବା ଉଚିତ୍। ଯଦି କ୍ଷତିପୂରଣ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ରାଜି ହୁଅନ୍ତି, ତେବେ ଭୋପାଳର ହଜାର ହଜାର ଗ୍ୟାସ ପୀଡିତ ଏଥିରୁ ଉପକୃତ ହେବେ।

ସୂଚନାଯୋଗ୍ୟ, ୧୯୮୪ ଡିସେମ୍ବର ୩ ତାରିଖ ରାତିରେ ଭୋପାଳ ସ୍ଥିତ ୟୁନିଅନ କାର୍ବାଇଡ୍ କମ୍ପାନୀ(ବର୍ତ୍ତମାନ ଡୋ କେମିକାଲ୍ସ)ରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ୍ ଲିକ୍ ହୋଇ ଚାରିଆଡେ ବ୍ୟାପିଥିଲା। ରାତିରେ ଏହି ଘଟଣା ଘଟିଥିବାରୁ ଅଧିକାଂଶ ଲୋକେ ଗଭୀର ନିଦରେ ଶୋଇଥିଲେ ଏବଂ ଶୋଇଥିବା ଅବସ୍ଥାରେ ହିଁ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଲକ୍ଷାଧିକ ଲୋକ ବିକଳାଙ୍ଗ ହୋଇଗଲେ। ଗ୍ୟାସ୍ ଲିକର ଭୟାବହତା ପରବର୍ତ୍ତୀ ପୀଢି ଉପରେ ମଧ୍ୟ ପଡିଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories