ସମଲିଙ୍ଗୀ ସମ୍ପର୍କ ସମ୍ବନ୍ଧୀୟ ମାମଲା : କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

0

ନୂଆଦିଲ୍ଲୀ : ସମଲିଙ୍ଗୀ ସମ୍ପର୍କକୁ ଅପରାଧ ପରିସରଭୁକ୍ତ କରୁଥିବା ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଧାରା ୩୭୭କୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତି କ୍ରମେ ଏକାନ୍ତରେ ଶାରୀରିକ ସମ୍ପର୍କକୁ ବିରୋଧ ତଥା ନିଷେଧ ଘୋଷଣା କରୁଥିବା ଆଇନ ବାସ୍ତବରେ ସମ୍ପୃକ୍ତ ଲୋକଙ୍କ ଅଧିକାର ଏବଂ ସାମ୍ବିଧାନିକ ଧାରାର ଉଲ୍ଲଙ୍ଘନ ବୋଲି ଦର୍ଶାଇ ଏଲ୍‌ଜିବିଟି ଅଧିକାର କର୍ମୀ ଆରିଫ୍‌ ଜାଫର ସୁପ୍ରିମକୋର୍ଟରେ ଆଇପିସି ଧାରା ୩୭୭କୁ ଚ୍ୟାଲେଞ୍ଜ କରିଥିଲେ। ୨୦୧୭ ଜାନୁଆରୀ ଏବଂ ଅଗଷ୍ଟରେ ସାମ୍ବିଧାନିକ ପୀଠ ‘ଏକାନ୍ତ’ ଏକ ମୌଳିକ ଅଧିକାର ବୋଲି ରାୟ ଦେଇଥିଲେ। ଏହି ରାୟ ଧାରା ୩୭୭ର ବୈଧତା ଉପରେ ପ୍ରଶ୍ନ ସୃଷ୍ଟି କରିଥିବା ଦର୍ଶାଯାଇଛି। ଏହି ଧାରା ବିରୋଧରେ ସ୍ୱର ଉଠାଇ ୨୦୦୧ରେ ଆରିଫ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗିରଫ ହୋଇଥିଲେ।

Leave A Reply