www.samajalive.in
Friday, December 12, 2025
15.1 C
Bhubaneswar

ବିଧାୟକଙ୍କୁ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା କ୍ଷମତାର ପୁନର୍ବିଚାର ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମେ ବିଧାନସଭା ବାଚସ୍ପତିଙ୍କର କ୍ଷମତା ସମ୍ପର୍କରେ ପୁନର୍ବିଚାର କରିବାକୁ ମଙ୍ଗଳବାର ସଂସଦକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିଶେଷକରି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ ବାଚସ୍ପତିଙ୍କ ଭୂମିକା ସମ୍ପର୍କରେ ତର୍ଜମା କରାଯିବା ଆବଶ୍ୟକ। ବାଚସ୍ପତି ଯେହେତୁ ଏକ ନିର୍ଦିଷ୍ଟ ଦଳର ସଦସ୍ୟ; ତେଣୁ କଥିତ ପ୍ରସଙ୍ଗରେ ତାଙ୍କର ଭୂମିକା ସମ୍ପର୍କରେ ପୁନର୍ବିଚାର ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଆର.ଏଫ୍‌ ନରିମାନଙ୍କ ନେତୃତ୍ବାଧୀନ ପୀଠ ମଣିପୁର ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ ଏକ ମାମଲାର ରାୟ ଶୁଣାଇ ଏହି ପରାମର୍ଶ ଦେଇଛନ୍ତି। ଏଥିସହିତ କୌଣସି ବିଧାନସଭା ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା ବାବଦରେ ସ୍ବତନ୍ତ୍ର ତଥା ସ୍ବାଧୀନ ପ୍ରକ୍ରିୟା ନିର୍ଣ୍ଣୟ କରିବାକୁ ବାତ୍ବରିତ ବିଚାର ପାଇଁ ସ୍ବତନ୍ତ୍ର ଟ୍ରାଇବୁନାଲ ଗଠନ କରିବାକୁ ପୀଠ ପ୍ରସ୍ତାବ ଦେଇଛନ୍ତି।

ମଣିପୁରର ଜଙ୍ଗଲ ବିଭାଗ ମନ୍ତ୍ରୀ ଥିବା ଟି. ଶ୍ୟାମକୁମାର ସିଂହ କଂଗ୍ରେସ ଟିକଟରେ ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ୨୦୧୭ ମାର୍ଚ୍ଚରେ କଂଗ୍ରେସ ତ୍ୟାଗ ନ କରି ସିଧାସଳଖ ବିଜେପିରେ ସାମିଲ ହୋଇଥିଲେ ଓ ଏନ୍‌. ବିରେନ୍‌ ସିଂହଙ୍କ ନେତୃତ୍ବରେ ଗଠିତ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକ ଟି.ଏନ୍‌ ହାଓକିପ୍‌ ଓ ଫଜୁର ରହିମ ଶ୍ୟାମକୁମାରଙ୍କୁ ଅଯୋଗ୍ୟ ଘୋଷଣା ସହ ତାଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତି ଯୁମନାମ କ୍ଷେମଚାନ୍ଦ ସିଂହଙ୍କ ନିକଟରେ ଦାବି କରିଥିଲେ। ବାଚସ୍ପତି କ୍ଷେମଚାନ୍ଦ ବିଜେପି ସଦସ୍ୟ ଥିବାରୁ କଂଗ୍ରେସର ଦାବିକୁ ଗ୍ରହଣ କରି ନ ଥିଲେ। ଏହାଦ୍ବାରା ଆବେଦନକାରୀ କଂଗ୍ରେସ ବିଧାୟକ ମଣିପୁର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲା ବାଚସ୍ପତିଙ୍କ ବିଚାର ପରିସରଭୁକ୍ତ ବୋଲି ଦର୍ଶାଇ ହାଇକୋର୍ଟ ୨୦୧୯ ଜୁଲାଇରେ ଏହାକୁ ଖାରଜ କରିଦେଇଥିଲେ; କିନ୍ତୁ ବଚାସ୍ପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକ ଫଜୁର ରହିମ ଓ କେ. ମେଘାଚନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ମଣିପୁର ବାଚସ୍ପତିଙ୍କୁ ଦୁଇ ବିଧାୟକଭ୍କ ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦେଶ ଦେଇଛନ୍ତି। ବାଚସ୍ପତି ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସମୁଚିତ ନିଷ୍ପତ୍ତି ନ ନିଅନ୍ତି; ତେବେ ଦୁଇ ଆବେଦନକାରୀ କଂଗ୍ରେସ ବିଧାୟକ ପୁନର୍ବାର ସୁପ୍ରିମକୋର୍ଟଙ୍କୁ ଜଣାଇବା ପାଇଁ ଜଷ୍ଟିସ ନରିମାନ୍‌ ନିର୍ଦେଶ ଦେଇଛନ୍ତି।

- Advertisement -

ସୂଚନାନୁଯାୟୀ, ଏହି ମାମଲାର ଫଳାଫଳ କଂଗ୍ରେସ ତ୍ୟାଗକରି ବିଜେପିରେ ସାମିଲ ହୋଇଥିବା ଅନ୍ୟ ୭ ବିଧାୟକଙ୍କ ଭବିଷ୍ୟତକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ୨୦୧୭ ମାର୍ଚ୍ଚରେ ଅନୁଷ୍ଠିତ ୬୦ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ୨୧ଟି ଆସନରେ ବିଜୟଲାଭ କରିଥିବାବେଳେ କଂଗ୍ରେସ ୨୮ ଆସନରେ ବିଜୟୀ ହୋଇଥିଲା। ଏନ୍‌ପିଏଫ୍‌ ଓ ଏନ୍‌ପିପି ୪ଟି ଲେଖାଏଁ ଆସନ ପାଇଥିଲେ। ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉ ନ ଥିବାରୁ କଂଗ୍ରେସରୁ ୭ ବିଧାୟକଙ୍କୁ ଆଣି ବିଜେପି ପ୍ରତମ ଥର ପାଇଁ ସରକାର ଗଠନ କରିଥିଲା ଓ ଏନ୍‌. ବିରେନ୍‌ ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories