ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସୁପର-୩୦ରୁ ୨୬ କୃତକାର୍ଯ୍ୟ

0

ପାଟନା : ଆଇଆଇଟି ପ୍ରବେଶିକା ପରୀକ୍ଷାରେ ପ୍ରତିବର୍ଷ ସର୍ବାଧିକ ସଫଳତା ପାଉଥିବା ବିହାର ବାସିନ୍ଦା ଆନନ୍ଦ କୁମାରଙ୍କ ‘ସୁପର-୩୦’ କୋଚିଂ ସେଣ୍ଟରରେ ଏବର୍ଷ ୩୦ ମଧ୍ୟରୁ ୨୬ ଜଣ ଛାତ୍ରଛାତ୍ରୀ ଜେଇଇ ଆଡ୍‍ଭାନ୍‍ସଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଆର୍ôଥକସ୍ତରରେ ଦୁର୍ବଳ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ଆଇଆଇଟି ଆଶା ପୂରଣ କରିବାକୁ ବିହାର ନିବାସୀ ଆନନ୍ଦ କୁମାର ୨୦୦୨ରେ ‘ସୁପର-୩୦’ ନାମକ କୋଚିଂ ସେଣ୍ଟର ପ୍ରତିଷ୍ଠା କରିଥିଲେ। ଏଥିରେ ପ୍ରତିବର୍ଷ କେବଳ ୩୦ ଜଣ ଆଇଆଇଟି ଆଶାୟୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ।

Leave A Reply