ପିତୃତ୍ୱ ଦିବସ ଅବସରରେ ନିଜ ଝିଅ ସହ ଫଟୋ ସେୟାର କଲେ ସନ୍ନି ଲିଓନିଙ୍କ ସ୍ୱାମୀ

0

ନୂଆଦିଲ୍ଲୀ : ପିତୃତ୍ୱ ଦିବସ ଅବସରରେ ବଲିଉଡ ଅଭିନେତ୍ରୀ ସନ୍ନିି ଲିଓନିଙ୍କ ସ୍ୱାମୀ ଡାନିଏଲ ୱେବର ସାମାଜିକ ଗଣମାଧ୍ୟମରେ ପାଳିତ ଝିଅ, ପତ୍ନୀ ସନ୍ନି ଲିଓନି ଏବଂ ନିଜର ଏକ ଫଟୋ ସେୟାର କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଅପଲୋଡ କରିଛନ୍ତି। ଏହି ଫଟୋରେ ବାପା, ମା’ ଓ ଝିଅ ତିନିଜଣ ଏକାଠି ଶୋଇଥିବାର ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ଡାନିଏଲ ୱେବର ଲେଖିଛନ୍ତି ସନ୍ନିି ପିତୃତ ଦିବସ ଅବସରରେ ନିଶା ସହ ମୋତେ ଭେଟ କରାଇଥିବାରୁ ଏବଂ ମୋତେ ଏତେମାତ୍ରରେ ଭଲପାଉଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ମୋ ଝିଅ ମୋ ପାଇଁ ସବୁକିଛି ଏବଂ ସେ ମୋ ହୃଦୟକୁ ସବୁଦିନ ପାଇଁ ଚୋରେଇ ନେଇଛି।

kalyan agarbati
Leave A Reply