www.samajalive.in
Sunday, December 7, 2025
26.1 C
Bhubaneswar

ରବିବାର ରାଶିଫଳ(୦୨.୦୨.୨୦)

ମେଷ: ଭଲ ରୋଜଗାର ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ: ଅର୍ଥ ପାଇଁ ଅନର୍ଥ ଉପୁଜି ପାରେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବା ସବୁଠୁଁ ଭଲ ହେବ। ବନ୍ଧୁ ବିରୋଧ ଘଟିପାରେ। ମଧୁର ବଚନ କହି ଜନ-ମନତୋଷ କରିପାରନ୍ତି।
ମିଥୁନ: ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମ୍ବାଦ ପାଇ ମନ ପ୍ରଫୁଲ୍ଲ ରହିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଦିନଟି ଭିତରେ ମିଶ୍ରିତ ଫଳ ମିଳିବ। ଦାମ୍ପତ୍ୟ ସୁଖ ମିଳିବ।
କର୍କଟ: ମିଳୁଥିବା ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବେ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭଦିନ ବିଜୟୀ ହେବେ।
ସିଂହ: ସୌଜନ୍ୟତା ପ୍ରକାଶ ପାଇବ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅର୍ଥ ଚିନ୍ତାରେ ମଗ୍ନ ହୋଇପାରନ୍ତି। ଭକ୍ତିଗାଥା ଶ୍ରବଣ କରିବାକୁ ଇଚ୍ଛା ପ୍ରକାଶ କରିବେ।
କନ୍ୟା: ବିରୋଧ ଥାଇ ମଧ୍ୟ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତି ନିମନ୍ତେ ପ୍ରୟାସ ଜାରି ରଖିବେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଭୋଗୀ ହେବେ। ପ୍ରତାପୀ ହୋଇପାରନ୍ତି। ଜନପ୍ରିୟ ହେବେ। ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି।
ତୁଳା: ଅନ୍ୟକୁ ବଶବର୍ତ୍ତୀ କରିପାରନ୍ତି। ମିତ୍ର ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁଖକର ଘଟଣାମାନ ଘଟିପାରେ। ଶୁଭକାର୍ଯ୍ୟ ପାଇ ବାତାବରଣ ଅନୁକୂଳ ଅଛି। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିପାରନ୍ତି। ବାଣିଜ୍ୟରୁ ଅର୍ଥ ମିଳିବ।
ବିଛା: ରାଜ ସମ୍ମାନ ପ୍ରାପ୍ତିର ସୌଭାଗ୍ୟ ଅଛି। ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। କଳେ, ବଳେ, କୌଶଳେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସୁସ୍ୱମ୍ବାଦ ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଋଣ ସୁଝିବେ।
ଧନୁ: ବନ୍ଧୁ ଦର୍ଶନ କରିବେ। ଦେବଦର୍ଶନରେ ମନକୁ ପ୍ରଶାନ୍ତମୟ କରିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସମ୍ମାନିତ ହେବେ। କୌଣସି କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ସୁଖ ମିଳିବ।
ମକର: କାର୍ଯ୍ୟରେ ସାମୟିକ ଭାବେ ବାଧା ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଅଧିକ ପରିଶ୍ରମ କଲେବି ତା’ର ମୂଲ୍ୟ ମିଳିବ। ଧର୍ମ ପ୍ରଭାବରୁ ପ୍ରଭୂତ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ବ୍ରହ୍ମ ଉପାସକ ହେବେ।
କୁମ୍ଭ: ଅନ୍ୟକୁ ବଶବର୍ତ୍ତୀ କରିବାର କ୍ଷମତା ଓ ଚତୁରତା ଆପଣ ପ୍ରୟୋଗ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭଗବତ ଚିନ୍ତା ରହିଛି। ସରକାରୀ ଲାଭ ମିଳିବ।
ମୀନ: ଅନ୍ୟର ସମସ୍ୟା ସମାଧାନରେ ବ୍ୟସ୍ତ ରହିପାରନ୍ତି। ମନ ବିଷାଦିତ ହୋଇପାରେ। ଆକସ୍ମିକ ସମସ୍ୟାରେ ବିବ୍ରତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ରାଜପୂଜା ମିଳିବ। ସତ୍‍କର୍ମଙ୍କୁ ଦୀକ୍ଷା ଭାବେ ଗ୍ରହଣ କରିବେ। ସୁବକ୍ତା ହେବେ

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories