ଗରମଦିନେ କ’ଣ ଖାଇବେନି ?

ଏ ଝାଞ୍ଜି ଖରାରେ ମସଲା ତରକାରି ଖାଇବାରେ କାହାର ମଧ୍ୟ ଆଗ୍ରହ ନାହିଁ। ପଖାଳ କଂସେ ସହ କ’ଣ ଦିଟା ଭଜାଭଜି କିମ୍ବା ଆଳୁ ଚକଟା ଖାଇଦେଲେ, ଆତ୍ମାତୃପ୍ତି ହେଲା ଭଳି ଲାଗୁଛି। ଖାଦ୍ୟ ବିଶେଷଜ୍ଞ କହିଛନ୍ତି, ଭାରତରେ ଗରମର ପ୍ରକୋପ ଯେମିତି ବଢ଼ୁଛି, ଲୋକେ କେତୋଟି ଦିଗ ପ୍ରତି ସତର୍କ ରହିବା ଜରୁରୀ।

ରାନ୍ଧିବାବେଳେ ଶୁଖିଲା ଲଙ୍କା ବଟାର ପ୍ରୟୋଗ ଯେତେ କମ୍ କରିବେ। ବିଶେଷଜ୍ଞ କହିଛନ୍ତି, ଗରମଦିନେ ଶୁଖିଲା ଲଙ୍କା ଅଧିକ ପରିମାଣରେ ଖାଇଲେ, ତାହା ପେଟ ଭିତରେ ଜଳା, ପୋଡ଼ା ସମସ୍ୟା କରେ। ଝାଳ ମଧ୍ୟ ପ୍ରଚୁର ବାହାରେ।

prayash

ଗୋଲମରିଚ ଦେହ ପାଇଁ ଭଲ କିନ୍ତୁ ଗ୍ରୀଷ୍ମରେ ଏହାର ଓଲଟା ପ୍ରଭାବ ଦେଖାଯାଏ। ଗରମଦିନେ ଗୋଲମରିଚ ଗୁଣ୍ଡ ରନ୍ଧା ଖାଦ୍ୟରେ ମିଶାଇଲେ, ଶରୀରର ତାପମାତ୍ରା ବଢ଼ି ତ୍ବଚାରେ ବ୍ରଣ ସମସ୍ୟା ହୁଏ।

ଅଦା ଚା’ ଶୀତଦିନେ ଭଲ କାମ ଦେଖାଏ କିନ୍ତୁ ଖରାଦିନେ ଅଦା ଚା’ ପିଅନ୍ତୁନି। ଅଦା ରସକୁ ଲେମ୍ବୁ ପାଣିରେ ଅଳ୍ପ ମିଶାଇ ପିଇପାରିବେ।
ତରକାରିରେ ଗରମ ମସଲା ଏହି ଦିନେ ମିଶାନ୍ତୁନି। ପେଟ ସମସ୍ୟା ହେବାର ଭୟ ରହିଛି।

kalyan agarbati

Comments are closed.