ବିରୋଧୀଙ୍କୁ ମୁକାବିଲା ପାଇଁ ଏନଡିଏ ଏକଜୁଟ୍‍ ହେବା ଦରକାର: ସୁଖବୀର ସିଂହ ବାଦଲ

0

ଚଣ୍ଡିଗଡ : ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀ ଦଳଗୁଡିକୁ ମୁକାବିଲା ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଏକଜୁଟ୍‍ ହେବା ଦରକାର ବୋଲି ଶିରୋମଣି ଅକାଳୀ ଦଳ (ଏସଏଡି) ମୁଖ୍ୟ ସୁଖବୀର ସିଂହ ବାଦଲ କହିଛନ୍ତି। ଗୁରୁବାର ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସହିତ ସାକ୍ଷାତ ଆଲୋଚନା ପରେ ସୁଖବୀର ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା କହିଛନ୍ତି। ସେ କହିଛନ୍ତି ଯେ ଏସଏଡି ହେଉଛି ବିଜେପିର ସ୍ଥାୟୀ ସହଯୋଗୀ। ବିଜେପିର ଅନ୍ୟ ସହଯୋଗୀ ଦଳଗୁଡିକ ମଧ୍ୟ ଏକଜୁଟ୍‍ ହୋଇ ଆଗାମୀ ନିର୍ବାଚନରେ ବିରୋଧୀଙ୍କୁ ମୁକାବିଲା କରିବା ଦରକାର। ନିର୍ବାଚନ ଆଉ ମାତ୍ର ୬ମାସ ବାକି ରହିଥିବାରୁ ଏନଡିଏର ସମସ୍ତ ସହଯୋଗୀ ଦଳ ମତଭେଦକୁ ଭୁଲି ଏକାଠି ବିରୋଧୀଙ୍କ ମୁକାବିଲା କରିବା ଲାଗି ସୁଖବୀର ନିବେଦନ କରିଛନ୍ତି। ବୁଧବାର ଅମିତ ଶାହା ଏନଡିଏର ଅନ୍ୟତମ ସହଯୋଗୀ ଦଳ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ।

Leave A Reply