ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: ସ୍ଥାନୀୟ ଏକ ଘରୋଇ ମେଡିକାଲ୍ କଲେଜର ଜଣେ ତୃତୀୟ ବର୍ଷ ଏମ୍ବିବିଏସ୍ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଛାତ୍ରାବାସର କଠୋରିରୁ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଅପରପକ୍ଷରେ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି। ପରିବାର ଲୋକଙ୍କ ଏତଲା ଆଧାରରେ ମଞ୍ଚେଶ୍ବର ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ର ଜଣକ ସୋର ଅଞ୍ଚଳର ନିହାର ରଞ୍ଜନ ରାଉତ ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଛାତ୍ରଙ୍କ ଉପରେ ବାକି ଥିବା ୮ ଲକ୍ଷ ଟଙ୍କା ତୁରନ୍ତ ଦେବା ପାଇଁ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଚାପ ପକାଇଆସୁଥିଲେ। ତେଣୁ ମାନସିକ ଚାପରେ ରହୁଥିବା ନିହାର ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି