www.samajalive.in
Monday, December 15, 2025
16.1 C
Bhubaneswar

ଏସ୍‌‌ୟୁସିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝରଗଡ଼ : ଏସ୍‌‌ୟୁସିଆଇ ଓଡିଶା ରାଜ୍ୟ କମିଟି ଡାକରାକ୍ରମେ ଏସ୍‌‌ୟୁସିଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲା ସାଙ୍ଗଠନିକ କମିଟି ପକ୍ଷରୁ ବିଭିନ୍ନ ଦାବିରେ ବୁଧବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଧୋବାଡିହାସ୍ଥିତ ବସ୍‌‌ଷ୍ଟାଣ୍ଡ ଠାରୁ ସଙ୍ଗଠନର ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ସଭାରେ ଏସ୍‌‌ୟୁସିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରଘୁନାଥ ଦାସ ଯୋଗଦେଇ ବିଦ୍ୟୁତ୍‌‌ ବିଲ-୨୦୨୨କୁ ତୁରନ୍ତ ପ୍ରତ୍ୟାହାର, ଜଙ୍ଗଲ ସଂରକ୍ଷଣ ଆଇନ-୨୦୨୩କୁ ପ୍ରତ୍ୟାହାର ଓ ଜାତୀୟ ଶିକ୍ଷାନୀତି-୨୦୨୦ ବାତିଲ କରିବା ପାଇଁ ଦାବି କରିଥିଲେ। ଏଥିସହ ପ୍ରତି ଗ୍ରାମରେ ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ସାଙ୍ଗକୁ ଚୋରା ମଦ ବ୍ୟବସାୟ ଦିନକୁ ଦିନ ଯେଭଳି ଭାବେ ବଢ଼ି ଚାଲିଛି ତାହା ଫଳରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି ବୋଲି ଶ୍ରୀ ଦାସ କହିଥିଲେ। ତେଣୁ ମଦ ଓ ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଉ ବୋଲି ଶ୍ରୀ ଦାସ ଦାବି କରିଛନ୍ତି । ଏସ୍‌‌ୟୁସିଆଇ କେନ୍ଦୁଝର ଜିଲା ସାଙ୍ଗଠନିକ କମିଟି ସମ୍ପାଦକ ପ୍ରକାଶ ମଲ୍ଲିକ, ଜିଲା କମିଟି ସଦସ୍ୟ ବେଣୁଧର ସର୍ଦ୍ଦାର, ଖଗେଶ୍ୱର ମହାନ୍ତ, ବିଷ୍ଣୁଶର୍ମା ସାହୁ, ସଞ୍ଜୁକ୍ତା ସାମଲ, ଭୁବନାନନ୍ଦ ସର୍ଦ୍ଦାର, ଗୌର ପାତ୍ର, ମନୁ ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଯୋଜନାରେ ପ୍ରଦାନ କରାଯାଉଥିବା ଭତ୍ତା ରାଶି ୫ହଜାର ଟଙ୍କାକୁ ବୃଦ୍ଧି, କେନାଲରେ ପାଣି ନଦେଇ ଜଳକର ଆଦାୟକୁ ବନ୍ଦ, ବେକାରୀଙ୍କୁ କାମ ନଚେତ୍‌‌ ବେକାରୀ ଭତ୍ତା ପ୍ରଦାନ, ରାସନ କାର୍ଡରେ ନୂତନ ନାମ ସଂଯୋଗ, ମନରେଗା ଯୋଜନାରେ ସର୍ବନିମ୍ନ ୨୦୦ଦିନର କାର୍ଯ୍ୟ ଯୋଗାଣ, କେନ୍ଦୁଝର କରଞ୍ଜିଆ ବସ୍‌‌ଷ୍ଟାଣ୍ଡରେ ଶୌଚାଳୟ ନିର୍ମାଣ, ପୁରୀ-ବଡବିଲ ଟ୍ରେନରେ ୫ଟି ଅଧିକ ବଗି ସଂଯୋଗ ଆଦି ଦାବି କରିଥିଲେ। ଶେଷରେ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଅତିରିକ୍ତ ଜିଲାପାଳଙ୍କୁ ଭେଟି ୧୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories