www.samajalive.in
Sunday, December 14, 2025
17.1 C
Bhubaneswar

ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଂଘର ବାର୍ଷିକ ସାଧାରଣ ବୈଠକ

କେନ୍ଦୁଝରଗଡ଼ : ଜିଲା ସଂସ୍କୃତି ଭବନଠାରେ ବୁଧବାର ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଜୀବନବୀମା ଏଜେଣ୍ଟ ସଂଘ ଲିଆଫି-୧୯୬୪ର ସଭାପତି ଶ୍ୟାମଲ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିବା ଅବସରରେ ଆଗକୁ ସମ୍ମୁଖୀନ ହେବାକୁଥିବା ଚ୍ୟାଲେଞ୍ଜ ସବୁକୁ କିଭଳି ମୁକାବିଲା କରିବା ସହ ଲୋକଙ୍କ ନିକଟତର ହୋଇସେବା ଯୋଗାଇ ପାରିବେ ସେ ସମ୍ପର୍କରେ ଅଭିକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ସର୍ବଭାରତୀୟ ଜୀବନବୀମା ଏଜେଣ୍ଟ ସଂଘ ଲିଆଫି-୧୯୬୪ର ସମ୍ପାଦକ ଏସ୍‌‌.ବି. ଶ୍ରୀନିବାସ ଚାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏଲଆଇସି ଏଜେଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସର୍ବଭାରତୀୟ ମହିଳା ଏଜେଣ୍ଟ ସଂଘ ଅଧ୍ୟକ୍ଷା କେକା ଚକ୍ରବର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଲଆଇସି ଏଜେଣ୍ଟ ଭାବେ ମହିଳା ମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ଲିଆଫି କମିଟିର ମୁଖ୍ୟପତ୍ର ଇଲୁର ମୁଖ୍ୟ ସମ୍ପାଦକ ଉଦୟଭାନୁ ଏସ୍‌‌, ସର୍ବଭାରତୀୟ ସଙ୍ଗଠନ ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି, ସର୍ବଭାରତୀୟ ଉପସଭାପତି ମନୋଜ ମହାନ୍ତି, ପୂର୍ବ-କେନ୍ଦ୍ର ଜୋନର ସଙ୍ଗଠନ ଉପସଭାପତି ଉଦୟନାଥ ମହାନ୍ତି, ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷା ବୈଶାଖୀ ମହାନ୍ତ, ଜୋନାଲ ମିଡିଆ ଅଧ୍ୟକ୍ଷ ସତ୍ୟଜିତ ସାମନ୍ତରାୟ, କାର୍ଯ୍ୟକାରୀ ସଦସ୍ୟ ଭାସ୍କର ଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରତୀୟ ଜୀବନ ବୀମା କଟକ ମଣ୍ଡଳର ମାର୍କେଟିଂ ପରିଚାଳକ ରାମକୃଷ୍ଣ ମିଶ୍ର ଯୋଗଦେଇ ଏଜେଣ୍ଟ ମାନଙ୍କୁ ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ। ଅଭିକର୍ତ୍ତା ସଂଘ ସଭାପତି ନୀଳମାଧବ ମହାପାତ୍ର ଓ ସମ୍ପାଦକ ରୁଦ୍ର ନାରାୟଣ ଦୀକ୍ଷିତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଏଜେଣ୍ଟ ମାନଙ୍କ ହିତରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ ସହ ବିବରଣୀ ପାଠ କରିଥିଲେ। ଆଗାମୀ ଦିନରେ ଭାରତୀୟ ଜୀବନ ବୀମା ନିଗମ ଅଧ୍ୟକ୍ଷଙ୍କ ସହ ଅଭିକର୍ତ୍ତାଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ତ୍ୱରିତ୍‌‌ ପଦକ୍ଷେପ ଗ୍ରହନˆରାଯିବ ବୋଲି ମଞ୍ଚରେ ଉପସ୍ଥିତ କେନ୍ଦ୍ରୀୟ ପଦାଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ବୈଠକ ଶେଷ ପର୍ଯ୍ୟାୟରେ ଉଦୟଭାନୁ ଏସ୍‌‌. ସମସ୍ତ ଏଜେଣ୍ଟ ମାନଙ୍କୁ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ବୀମା ବିକ୍ରି କରିବା ପାଇଁ ଆସିଥିବା ‘ଆନନ୍ଦ’ ବିଷୟରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories