www.samajalive.in
Sunday, December 7, 2025
14.1 C
Bhubaneswar

ସାକ୍ଷୀଗୋପାଳ ମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ: ଜିଲାପାଳ

ସୁଆଣ୍ଡୋ: ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ ସାକ୍ଷୀ ଗୋପୀନାଥଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ଥିବା ଦେକାନ ଗୃହ ଓ ସେବାୟତଙ୍କ ଘରଗୁଡିକ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଗୁରୁବାର ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କ ସହିତ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରି ସେବାୟତମାନଙ୍କ ସହିତ ଏ ସମ୍ପର୍କରେ ଆଲେଚନା କରିଥିଲେ। ସେବାୟତମାନେ ଏହି କାର୍ଯ୍ୟରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସାକ୍ଷୀଗୋପାଳ ମନ୍ଦିର ଚତୁଃପାର୍ଶ୍ବର ଉନ୍ନତି, ବକୁଳବନ, ପଞ୍ଚସଖା ସମାଧିପୀଠ, ପଞ୍ଚଶଖା ପାଠାଗାର, ସିଦ୍ଧବକୁଳପୀଠ ସହିତ ଅନ୍ୟ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ବିଧାୟକ, ଜଣସାଧାରଣ, ସେବାୟତ ମାନଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇ ପ୍ରକଳ୍ପଗୁଡିକ ସ୍ଥିର କରାଯିବ ବୋଲି ଜିଲାପାଳ କହିଥିଲେ। ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ୱାରା କରାଯିବ ବୋଲି ଜଣାପଡିଛି।

ଆଲେଚନାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ତହସିଲଦାର ଜୟନ୍ତ କୁମାର ଜୟସିଂ, ଓଡିଶା ସେତୁ ନିର୍ମାଣ ନିଗମ ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ି, ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ସମ୍ପାଦକ ବିଜୟ ନନ୍ଦ, ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ସେବାୟତ କିଶୋରଚନ୍ଦ୍ର ମହାପାତ୍ର, ଶୁଭଦର୍ଶୀ ମହାପାତ୍ର, ଜିତେନ୍ ମହାପାତ୍ରଙ୍କ ସହିତ ସେବାୟତ ସଂଘ କର୍ମକର୍ତ୍ତା ଓ ଅନ୍ୟ ସେବାୟତମାନଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲେଚନା କରାଯାଇ ପ୍ରକଳ୍ପଗୁଡିକ ସ୍ଥିର କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories