www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରୀ ଜଗନ୍ନାଥଙ୍କ ଅଜା ସିଦ୍ଧ ବଳରାମଙ୍କୁ ସ୍ନାନପୂର୍ଣ୍ଣିମାରେ ଦର୍ଶନ କଲେ ଶ୍ରଦ୍ଧାଳୁ

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳବନରେ ଅଧିଷ୍ଠିତ ଶ୍ରୀ ଜଗନ୍ନାଥଙ୍କ ଅଜା ସିଦ୍ଧ ବଳରାମଙ୍କୁ ସ୍ନାନପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଛନ୍ତି । ବ୍ରହ୍ମ ମୁହୂର୍ତ୍ତରେ ଠାକୁରଙ୍କୁ ମଙ୍ଗଳାର୍ପଣ, ନୂତନ ବସ୍ତ୍ର ପରିଧାନ, ଚନ୍ଦନବେଶ ଓ ଫୁଲ ଲାଗି ହେବା ପରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା  । ସେବାୟତମାନେ ମନ୍ଦିର କୂଅରୁ ଜଳ ଆଣି ସେଥିରେ ଚନ୍ଦନ, କର୍ପୂର, କେଶର, ଜାଇଫଳ, ଦହି, ମହୁ, କ୍ଷୀର, ଗୋଲାପ ଜଳ, ତୁଳସୀ ଆଦି ନାନାଦି ସୁଗନ୍ଧି ପୁଷ୍ପ ପକାଇ ଠାକୁରଙ୍କୁ ୧୦୮ ଗଡୁଜଳରେ ସ୍ନାନ କରାଇଥିଲେ  ।

ଏହାପରେ ଠାକୁର ବେଶ ହେବା ପରେ ଖେଚୁଡ଼ି ଭୋଗଲାଗି କରାଯାଇଥିଲା  । ଠାକୁରଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ । ସେହିପରି ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ସାକ୍ଷୀ ଗୋପିନାଥଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଇପୁର ଜଗନ୍ନାଥ ମନ୍ଦିରରେ, ଗବକୁଣ୍ଡ ନୂଆନଈ ପାର୍ଶ୍ୱରେ ଥିବା ଜଗନ୍ନାଥ ମନ୍ଦିରରେ ସାରଙ୍ଗଯୋଡି ମଧୁବନ ଆଶ୍ରମରେ ପତିତପାବନ ମନ୍ଦିରରେ, ସୁଆଣ୍ଡୋ ବିନୋଦବିହାରୀଙ୍କ ମନ୍ଦିରରେ ପତିତପାବନଙ୍କ ଅଠେଇଶ ମନ୍ଦିର ସହିତ ବିଭିନ୍ନ ମଠ ମନ୍ଦିରରେ ରହିଥିବା ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

- Advertisement -

 

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories