ଜନ୍ମମାଟିରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ, ଭାର୍ଗବୀରେ ତିଳତର୍ପଣ

ସୁଆଣ୍ଡୋ :  ଜନ୍ମମାଟି ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭାର୍ଗବୀରେ ତିଳତର୍ପଣ କରାଯାଇଛି । ଗୋପବନ୍ଧୁ ସ୍ମୃତି ପରିଷଦ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜନ୍ମପୀଠ ଠାରୁ ସ୍ମୃତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ବରେ ଶତାଧିକ ଗୋପବନ୍ଧୁ ପ୍ରେମୀଙ୍କ ସହିତ ସଂକୀର୍ତ୍ତନ ମଣ୍ଡଳୀ ଛତି ତ୍ରାସ ମସାଲ ବାଜା ବାଜି ତିଳତର୍ପଣ ଯାତ୍ରା ବାହାରି ଭାର୍ଗବୀ ନଦୀ ଘାଟରେ ପହଞ୍ଚିଥିଲା । ଗୋପବନ୍ଧୁଙ୍କ ଦ୍ୱାରା ଲିଖିତ ବନ୍ଦୀର ଆତ୍ମକଥା ଆବୃତି କରି ଗୋପବନ୍ଧୁ ଅମର ରହେ ନାରା ଦେଇ ଶୋଭାଯାତ୍ରା ନଦୀତୁଠ ପର୍ଯ୍ୟନ୍ତ ଯାଇଥିଲା । କୂଳ ପୁରୋହିତ ଲକ୍ଷ୍ମିକାନ୍ତ ନନ୍ଦ ବୈଦିକ ମନ୍ତ୍ରରେ ଗୋପବନ୍ଧୁଙ୍କ ୯ ପୁରୁଷ ପିତୃ ଓ ମାତୃକୂଳଙ୍କ ଉଦେଶ୍ୟରେ ତିଳତର୍ପଣ କରାଯାଇଥିଲା । ଜିଲା ସୂଚନା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠି, ଜିଲା ସଂକ୍ରମିତ ଅଧୀକାରୀ ହେମନ୍ତ କୁମାର ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ଜିଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସରପଞ୍ଚ ଦୁଃଶାସନ ପ୍ରଧାନ, ସ୍ମୃତି ପରିଷଦ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ଦାଶ ପ୍ରମୁଖ ମହାପୁରୁଷ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

prayash

ଉତ୍କଳ ସ୍ୱାଭିମାନ ମଞ୍ଚ ନିର୍ମାଣ ସଭାପତି ରାଧାକାନ୍ତ ଦାଶ, ବାସୁଦେବ ସାହୁ, ଶିକ୍ଷାବୀତ ମନୋରଞ୍ଜନ ମିଶ୍ର, ବସନ୍ତ କୁମାର ମିଶ୍ର, ଗୋବିନ୍ଦ ଫାରକ, ପ୍ରଫୁଲ୍ଲ ପ୍ରଧାନ ତାରାକାନ୍ତ ଦାଶ, ରବୀନ୍ଦ୍ର ନାଥ ଦାଶ, ଲକ୍ଷ୍ମଣ ଦାଶ, ସୁଦାମ ଚରଣ ଦାଶ, ରାମକୃଷ୍ଣ ଦାଶ, ମହେନ୍ଦ୍ର ନାଥ ଦାଶ, କାହ୍ନୁ ଚରଣ ଦାଶ, ନରହରି ସିଂ, କ୍ରିଡା ଶିକ୍ଷକ ବ୍ରଜକିଶୋର ପାଇକ ରାୟ, ସଞ୍ଜୟ କୁମାର ମହାପାତ୍ର, ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ପରିଷଦ ପକ୍ଷରୁ ରମେଶ ଚନ୍ଦ୍ର ପଲେଇ, ସୁବଳ ଚରଣ ପ୍ରଧାନ, କୁଳମଣି ବିଶ୍ୱାଳ, ଭାସ୍କର ସ୍ୱାଇଁ, ରମେଶ ଚନ୍ଦ୍ର ଦାସ, ବିଜୟ ନାୟକ, ସମିର କୁମାର ପଲେଇ, ଧୂଳିଆ ବରାଳ, ରମେଶ ମହାରଣା, ଉତ୍କଳମଣି ଭାଗବତ ପ୍ରଚାର ସମିତି ଯୁଗ୍ମ ସଂପାଦକ ଗୋବିନ୍ଦ ଫାରକ, ସରୋଜ କୁମାର ପ୍ରଧାନ, ପ୍ରୋଜେକ୍ଟ ଅଫିସର ହିମାଦ୍ରୀ ନାୟକ, ନୀଳାଚଳ କୃଷକ ମହାସଂଘର ଉପଦେଷ୍ଟା ନିରଞ୍ଜନ ମହାପାତ୍ର ଶିକ୍ଷାବୀତ ଅମୂଲ୍ୟ କୁମାର କର, ଚିନ୍ମୟ କୁମାର ମହାପାତ୍ର, ଗଣେଶ ପ୍ରଧାନ, ବାଳକୃଷ୍ଣ ବେହେରା ଓ ସୁଧିର ସ୍ୱାଇଁ ପ୍ରମୁଖ ଶତାଧିକ ଗୋପବନ୍ଧୁ ପ୍ରେମୀ ଶ୍ରାଦ୍ଧୋତ୍ସବରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Comments are closed.