ବଡ଼ସାହି : ବଡ଼ସାହି ପଞ୍ଚାୟତ ସମିତି କଲେଜର ଛାତ୍ରୀ ତଥା ଦେଉଳିଆ ପଞ୍ଚାୟତ ବଇଁଚା ଗ୍ରାମର ବୁଲୁ ଓରଫ ହରିଶ୍ଚନ୍ଦ୍ର ମହାନ୍ତିଙ୍କ ଏକମାତ୍ର ଝିଅ ରଞ୍ଜୁ ଓରଫ ଅଭିଲିପ୍ସା ମହାନ୍ତି(୧୯)ଙ୍କ ଝୁଲନ୍ତା ମୃତ ଦେହକୁ ପୁଲିସ ତାଙ୍କ ଘରୁ ରବିବାର ସକାଳେ ଉଦ୍ଧାର କରିଛି। ପରୀକ୍ଷାଫଳ ପ୍ରକାଶ ପାଇବାର ଦିନକ ପୂର୍ବରୁ ଭୟରେ ଅଭିଲିପ୍ସା ଆତ୍ମହତ୍ୟା କରିଥିବା କୁହାଯାଉଛି ।
ପରିବାର ଲୋକଙ୍କ କହିବା ଅନୁସାରେ ୨୦୧୮ରେ ଅସୁସ୍ଥତା ପାଇଁ ଅଭିଲିପ୍ସା +୨ ବିଜ୍ଞାନ ପରୀକ୍ଷା ଦେଇପାରି ନଥିଲେ। ଚଳିତ ବର୍ଷ ସେ ପରୀକ୍ଷା ଦେଇଥିଲା। ସୋମବାର ପରୀକ୍ଷା ଫଳ ପ୍ରକାଶିତ ହେବା ଜାଣି ଫଳାଫଳକୁ ନେଇ ମାନସିକ ଭାରସାମ୍ୟ ହରାଇ ବସିଥିଲା। ରବିବାର ସକାଳ ପ୍ରାୟ ସାଢେ ୬ଟା ସମୟରେ ପରିବାର ଲୋକଙ୍କ ଅଗୋଚରରେ ଘରେ ଥିବା ଫ୍ୟାନରେ ଏକ ପ୍ଳାଷ୍ଟିକ ଦଉଡି ସାହାଯ୍ୟରେ ଝୁଲି ପଡ଼ିଥିଲେ। ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସମେତ ବହୁ ବ୍ୟକ୍ତି ମୃତକଙ୍କ ଘରେ ପହଞ୍ଚି ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।



