ଠେଲା ଦୋକାନୀଙ୍କ ପୋଷ୍ଟର ଭାଇରାଲ, ବ୍ୟବସାୟର ଆଇଡିଆକୁ ସମସ୍ତେ କଲେ ପ୍ରଶଂସା

ବେଙ୍ଗାଲୁରୁ : ସୋସିଆଲ ମିଡିଆରେ ଏମିତି ଅନେକ ଫଟୋ ଭାଇରାଲ ହୋଇଥାଏ ଯାହା ଲୋକଙ୍କୁ ଚକିତ କରିଥାଏ ତ ଆଉ କିଛି ଫଟୋ ଲୋକଙ୍କୁ ପ୍ରେରଣା ଦେଇଥାଏ । ଏହି ଫଟୋଗୁଡିକ ପ୍ରାୟତଃ ଅଜବ ଏବଂ ଭିନ୍ନ ଧରଣର ହୋଇଥାଏ । ଆପଣ ସୋସିଆଲ ମିଡିଆରେ ଏମିତି ଅନେକ ଥର ଦେଖିଥିବେ । ଠିକ୍ ଏମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ରାସ୍ତା କଡରେ ବାଦାମ ବିକୁଥିବା ଜଣେ ଦୋକାନୀ ନିଜ ମାର୍କେଟିଂ ଆଇଡିଆ ସେୟାର କରିଥିବା ନଜର ଆସୁଛି ।

ସାଧାରଣତଃ ରାସ୍ତା କଡ ଉଠା ଦୋକାନୀମାନେ ଅଜବ ଉପାୟ ଆପଣାଇ ଗ୍ରାହକଙ୍କୁ ଆକର୍ଷିତ କରିଥାନ୍ତି । କିନ୍ତୁ ବେଙ୍ଗାଲୁରୁର ଏହି ବାଦାମ ଦୋକାନୀ ନିଜ ଦୋକାନଙ୍କୁ ଏଭଳି ପୋଷ୍ଟରରେ ସଜାଇଛନ୍ତି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଉଛି । ଏଥିରେ କ୍ରିଏଟିଭ୍ ଉପାୟରେ ଆମେରିକୀୟ ବ୍ୟବସାୟୀ ମ୍ୟାଗ୍ନେଟ୍ ଏବଂ ନିବେଶକ ଓ୍ବାରେନ୍ ବଫେଙ୍କ ଫେମସ କୋଟ୍ ଦୋହରାଯାଇଛି ଯେଉଁଥିରେ କଷ୍ଟମରର ଗୁରୁତ୍ବ ସମ୍ପର୍କରେ ଦର୍ଶାଯାଇଛି ।

 

ଅନ୍ୟ ପୋଷ୍ଟରରେ ବାଦାମର ନ୍ୟୁଟ୍ରିସନ୍ ଭାଲ୍ୟୁ ସମ୍ପର୍କରେ ଜଣାଯାଇଛି । ଠେଲା ଗାଡିରେ ଲାଗିଥିବା ଏହି ପୋଷ୍ଟରରେ ପ୍ରୋଟିନ୍, ଅନସାଚୁରେଟେଡ୍ ଫ୍ୟାଟ୍, ଫାଇବର, ଭିଟାମିନ୍ ଇ ଏବଂ ବି ଆଦି ଅନେକ ରୋଗ ରୋକିବାରେ ସାହାଯ୍ୟ କରିଥାଏ ବୋଲି ଲିଖିତ ରହିଛ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ସମସ୍ତେ କମେଣ୍ଟ କରି ଏହି ବାଦାମ ଦୋକାନୀଙ୍କ ବ୍ୟବସାୟ ଆଇଡିଆ ଏବଂ ମାର୍କେଟିଂ ଷ୍ଟାଇଲକୁ ପ୍ରଶଂସା କରୁଛନ୍ତି ।

 

Comments are closed.