www.samajalive.in
Tuesday, December 9, 2025
16.1 C
Bhubaneswar

ଉପର ମୁହାଁ ଷ୍ଟକ୍ ମାର୍କେଟ, ନିର୍ବାଚନ ଗଣତି ମଧ୍ୟରେ ୧୬୦୦ ପଏଣ୍ଟ ବୃଦ୍ଧି

୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ମଧ୍ୟରେ ଆଜି ଷ୍ଟକ ମାର୍କେଟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବିଏସଇରେ ସେନ୍ସେକ୍ସ ୫୬ ହଜାର୨୪୨ରେ ୧ ହଜାର ୫୯୫ ପଏଣ୍ଟ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ୪୧୨ ପଏଣ୍ଟ ସହ ୧୬ ହଜାର ୭୫୭ ପଏଣ୍ଟରେ ଖୋଲିଥିଲା।

ଆଜି ସକାଳେ ସେନ୍ସେକ୍ସ ୫୫ ହଜାର ୭୬୧ରେ ୧ ହଜାର ୧୧୪ ପଏଣ୍ଟ ବୃଦ୍ଧି ପାଇ ଥିବା ବେଳେ ନିଫ୍ଟି ୩୧୩ ପଏଣ୍ଟ ସହ ୧୬ ହଜାର ୬୫୮ରେ କାରବାର ଆରମ୍ଭ କରିଛି। ବିଶେଷ ଭାବେ ଟାଟା ମୋଟର୍ସ, ଏସିଆନ ପେଣ୍ଟସ, ହଲ, ଆକ୍ସିସ ବ୍ୟାଙ୍କ ଓ ଏସବିଆଇ ନିଫ୍ଟିରେ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ବିଶ୍ବ ବଜାରରେ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୧୩.୨% ହ୍ରାସ ପାଇଛି ଓ ଏହା ୧୬.୮୪ ଡଲାରରେ ପହଞ୍ଚିଛି। ଗତବର୍ଷ ଏପ୍ରିଲ ପରଠାରୁ ଅଶୋଧିତ ମୂଲ୍ୟରେ ଏହା ସବୁଠାରୁ ଅଧିକ ହ୍ରାସ ପାଇଛି। ଆମେରିକାରେ ଏହାର ମୂଲ୍ୟ ବ୍ୟାରେଲ ପିଛା ୧୫.୪୪ ଡଲାରରୁ ୧୦୮.୭୦ ଡଲାରକୁ ହ୍ରାସ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories