ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି

ଭୁବନେଶ୍ବର: ପୁରୁଣା ଗାଡି ମାଲିକଙ୍କୁ ଆଶ୍ବସ୍ତି ମିଳିଛି କାରଣ ୧୫ ବର୍ଷର ପୁରୁଣା ଗାଡି ରାସ୍ତାରେ ଗଡି ପରିବନାହିଁ ବୋଲି ପରିବହନ ବିଭାଗ ନେଇଥିବା ନିଷ୍ପତ୍ତି ରଦ୍ଧ କରାଯାଇଛି। ଗାଡିର ଫିଟନେସ୍ ସାର୍ଟିଫିକେଟ ବୈଧ ଥିବା ପର୍ୟ୍ୟନ୍ତ ଗାଡିର ରେଜିଷ୍ଟ୍ରେସନ ବୈଧ ରହିବ। ଏଥିସହତି ୧୫ ବର୍ଷରୁ ଉର୍ଦ୍ଧ ଗାଡିର ଆରସି ରିନ୍ୟୁ କରିହେବ। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗ କତ୍ତୃପକ୍ଷ।
ଏଠାରେ ସୂଚନାଯୋଗ୍ୟ ଦେଶରେ ନୂତନ ଟ୍ରାଫିକ ନିୟମ ଲାଗୁ ହେବାପରେ କଡା କଡି କରାଯାଇଥିଲା ସମସ୍ତ ନିୟମ। ଏପରିକି ପଦୂଷଣ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଥିଲା । ଏହାପରେ ସରକାର ପ୍ରଦୂଷଣ ରୋକିବାକୁ ୧୫ ବର୍ଷରୁ ଅଧିକ ସମୟର ଗାଡିମୋଟର ଚଳାଚଳ କରିବ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ପୁରୁଣା ଗାଡି ଚାଳକ ଚିନ୍ତାରେ ପଡିଥିଲେ । ତେବେ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି । ଏହାକୁ ବନ୍ଦ କରାଯିବ ନାହିଁ ବୋଲି ସରକାର କହିଛନ୍ତି ।

Comments are closed.