www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ

ଭୁବନେଶ୍ୱର: ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିାଁ ତେଣୁ ଓଡ଼ିଶାରେ ଜନ୍ମନେଇ ଆମେମାନେ ଭାଗ୍ୟବାନା ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟା ଆମେ ଯଦି ଏଗୁଡ଼ିକର ସୁରକ୍ଷା କରିବା ନାହିଁ ତା’ହେଲେ ଭବିଷ୍ୟତ ପିଢ଼ି ଆମକୁ କ୍ଷମା ଦେବେ ନାହିଁ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଲ୍ଲେଖ କରିଛନ୍ତିା

ଆଜି ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ଶ୍ରୀ ସାହୁ ମୁଖ୍ୟ ଅତିଥ# ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ା ଉଭୟଙ୍କ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରି ଆମକୁ ଆଗକୁ ଅଗ୍ରସର ହେବାକୁ ପଡ଼ିବା ଏହି ଗୁରୁଦାୟିତ୍ୱକୁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରପୂର୍ବକ ସଠିକ୍ ଭାବେ ନିିର୍ବାହ କରିବା ଉଚିତା

- Advertisement -

ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ବିବରଣୀ-୨୦୨୧ ଆକଳନ ଅନୁଯାୟୀ ଗତ ଦୁଇ ମୂଲ୍ୟାଙ୍କନ ବର୍ଷରେ ଅର୍ଥାତ୍ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଉଭୟ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଏବଂ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୮୯୩ ବର୍ଗ କିଲୋମିଟର ଅଭିବୃଦ୍ଧି ଘଟିଛିା ଜଙ୍ଗଲ ଅଭିବୃଦ୍ଧି ଦ୍ୱାରା ବର୍ଷା ଅଧ#କ ହେବା ସହ ଭୂପୃଷ୍ଠ ପାନୀୟ ଜଳ ଓ ପ୍ରଦୂଷଣ ସମସ୍ୟା ହ୍ରାସ ପାଇଥାଏା ତେଣୁ ଆମକୁ ବୃକ୍ଷରୋପଣକୁ ଆହୁରି ବ୍ୟାପକ କରିବାକୁ ପଡ଼ିବା ଏଥ# ପାଇଁ ସମସ୍ତଙ୍କର ସହଯୋଗ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ କାମନା କରିଛନ୍ତିା

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ସମ୍ମାନିତ ଅତିଥ# ଭାବେ ଯୋଗଦେଇ ଚଳିତ ବିଶ୍ୱ ବନ ଦିବସ ପାଳନର ବିଷୟବସ୍ତୁ “ଜଙ୍ଗଲ ଓ ଅଭିନବୀକରଣ’ ଉପରେ ଆଲୋକପାତ କରିଥ#ଲୋ ଜଙ୍ଗଲକୁ ପଲିଥ#ନ୍ମୁକ୍ତ କରିବା ପାଇଁ ବିଭାଗ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତିା ଆଗାମୀ ଦିନରେ ଏହାକୁ ଅଧ#କ ବ୍ୟାପକ କରାଯିବା ଅଭିନବୀକରଣ ଅଧ#ନରେ ଡ୍ରୋନ୍ ମାଧ୍ୟମରେ ହାତୀଙ୍କ ଗଣନା, ନନ୍ଦନକାନନକୁ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନରେ ରୂପାନ୍ତରୀକରଣ ଆଦି ଅନେକ ପଦକ୍ଷେପ ବିଭାଗ ଗ୍ରହଣ କରିଛି ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତିା

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟାପ୍ରାଣୀ)  ସୁଶାନ୍ତ ନନ୍ଦ ଅନ୍ୟତମ ଅତିଥ# ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରାକୃତିକ ସନ୍ତୁଳନ ବଜାୟ ରଖ#ବା ପାଇଁ ବନ୍ୟପ୍ରାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜ୍ୟରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗକୁ ଆହୁରି ବ୍ୟାପକ କରାଯିବା ତା’ସହ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତିା

ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ଫରେଷ୍ଟ ରେଞ୍ଜର ପଦବୀର ୪୦ ଜଣ ବନ କ୍ଷେତ୍ର କର୍ମଚାରୀ/ଅଧ#କାରୀଙ୍କୁ ବିଶ୍ୱ ବନ ଦିବସ ପୁରସ୍କାର-୨୦୨୪ ପ୍ରଦାନ କରାଯାଇଥ#ଲାା ତା’ସହ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସଂକଳନ କରି “ଓଡ଼ିଶା ବନ ବିଭାଗ-୨୦୨୪ର ହାଇଲାଇଟ୍’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥ#ଲାା

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା) ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ପ୍ରଦାନ ଅବସରରେ କହିଲେ ଯେ ଜଙ୍ଗଲ ଆଉ ସ୍ଥାନୀୟ ସମ୍ବଳ ହୋଇ ରହିନାହିାଁ ବର୍ତ୍ତମାନ ଏହା ବିଶ୍ୱର ସମ୍ବଳ ଭାବରେ ପରିଗଣିତ ହେଉଛିା ପ୍ରକୃତି ରହିଲେ ଆମେ ରହିବା ବୋଲି ସେ ପ୍ରକାଶ କରିଛନ୍ତିା ଅଧ୍ୟାପକ ଶ୍ରୀ ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥ#ଲୋ

ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଓଡ଼ିଶାର ବନ୍ୟଜନ୍ତୁ, ନନ୍ଦନକାନନ, ଇକୋ-ଟୁରିଜିମ୍, ଔଷଧୀୟ ବୃକ୍ଷ, ବିଭାଗୀୟ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେଶିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛିା

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories