www.samajalive.in
Monday, December 15, 2025
14.1 C
Bhubaneswar

ଉନ୍ନତ ଶିକ୍ଷାଦାନ ପାଇଁ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଜରୁରୀ, ଜାତୀୟ ଢ଼ାଞ୍ଚାରେ ପ୍ରସ୍ତୁତ ହେଉଛି ରାଜ୍ୟ ଶିକ୍ଷା ନୀତି

ଭୁବନେଶ୍ୱର,୯।୬: ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପାଠ ପଢ଼ାଇବା ନିମନ୍ତେ ଦକ୍ଷ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତା ଜାରୁରୀ। ଶିକ୍ଷକ ନୂଆ ଜ୍ଞାନକୌଶଳ ବିଷୟରେ ଅବଗତ ହେବା ସହିତ ଉନ୍ନତ ମାନର ତାଲିମ ନନେଲେ ପିଲାଙ୍କୁ ସୃଜନଶୀଳ ଶିକ୍ଷାପ୍ରଦାନ ସମ୍ଭବ ନୁହେଁ। ତେବେ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ବ୍ୟବସ୍ଥା ମଜଭୁତ କରିବାକୁ ହେଲେ ଶିକ୍ଷକ ତାଲିମ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ହେବବୋଲି ପ୍ରାଥମିକ ଶିକ୍ଷାର ବିକାଶ: ନବସୃଜନ ଓ ସୁଯୋଗ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ବକ୍ତା ମତପୋଷଣ କରିଛନ୍ତି।

ପିପୁଲସ କଲଚରାଲ ସେଣ୍ଟର(ପିକକ) ପକ୍ଷରୁ ଆୟୋଜିତ ଏହି କାଯ୍ୟକ୍ରମରେ ଏସସିଇଆରଟିର ନିର୍ଦେଶକ ମନୋଜକୁମାର ପାଢ଼ୀ କହିଥିଲେ ଯେ ରାଜ୍ୟରେ ଏବେ ଜାତୀୟ ଶିକ୍ଷା ନୀତି ଢ଼ାଞ୍ଚାର ନୂଆ ଶିକ୍ଷାନୀତିର ପ୍ରସ୍ତୁତି ଚାଲିଛି। ସବୁ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା, ଅଧାରୁ ପାଠ ଛାଡ଼ୁଥିବା(ଡ୍ରପ ଆଉଟ) ହାର ରୋକିବା ଦିଗରେ କାର୍ୟ୍ୟ ଚାଲିଛି। ପାଠ ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି ନିମନ୍ତେ ୩୧୪ ବ୍ଲକରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଭାବେ ମୂଳ ସାକ୍ଷରତା କେନ୍ଦ୍ର ଖୋଲାଯାଇଛି। ରାଜ୍ୟ ସରକାର ଏବେ ଶିକ୍ଷକ ତାଲିମକୁ ଅଗ୍ରାଧିକାର ଦେଉଛନ୍ତି । ବିଶେଷ କରି ପ୍ରାଥମିକ ସ୍ତରରୁ ପିଲାଙ୍କ ଶିକ୍ଷାର ମୂଳଦୂଆ ସୁଦୃଢ଼ କରିବାକୁ ବିଭାଗ ସହିତ ସମାଜର ସବୁ ସ୍ତରରେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି।
କାର୍ୟ୍ୟକ୍ରମରେ ଯୋଗଦେଇ ପୂର୍ବତନ ସୂଚନା ଆୟୁକ୍ତ ତଥା ସିୱାଇଏସଡ଼ିର ସହ ପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ ଯେ ପିଲାଙ୍କୁ ଉନ୍ନତ ପ୍ରକାର ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ମଜଭୁତ କରିବାକୁ ପଡ଼ିବ। ବିଦ୍ୟାଳୟ ପାଠ୍ୟକ୍ରମରେ ଅଭିନବ ଶୈଳୀରେ ବୈଷୟିକ ଓ ମୌଳିକ ଶିକ୍ଷାର ଆବଶ୍ୟକତା ରହିଛି ଏବଂ ସରକାରଙ୍କ ସହିତ ନାଗରିକ ସଙ୍ଗଠନଗୁଡ଼ିକ ଏ କ୍ଷେତ୍ରରେ ବଡ଼ ଭାଗିଦାରିତାରେ କାର୍ୟ୍ୟ କରିବା ଉପରେ ସେ ମତ ରଖିଥିଲେ। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସସ୍ମିତା ନନ୍ଦ ପିଲାମାନଙ୍କୁ ଦଣ୍ଡମୁକ୍ତ ପରିବେଶରେ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ବିକାଶ ଦିଗର ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କହିଥିଲେ।

- Advertisement -

ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହିତ ବୈଷୟିକ ବିଦ୍ୟା ପ୍ରୟୋଗ ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ କିପରି ଆହୁରି ବିକଶିତ କରାଯାଇପାରିବ ସେ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭଦ୍ରକ ଡିଆଇଟିର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଦୁର୍ୟ୍ୟୋଧନ ଦାସ କହିଥିଲେ ଯେ ଶୈକ୍ଷିକ ଫଳାଫଳରୁ ପିଲାଙ୍କ ପାଠପଢ଼ାର ଦକ୍ଷତା ମପାଯାଇପାରିବ। ଶୈକ୍ଷିକ ପାରଦର୍ଶିତା ଉପରେ ଆମେ ଗୁରୁତ୍ୱ ଦେବା ଆବଶ୍ୟକ। ଶିକ୍ଷା ସନ୍ଧାନର ସମ୍ପାଦକ ତଥା ଆରଟିଇ ଫୋରମର ଆବାହକ ଅନିଲ ପ୍ରଧାନ ଶିକ୍ଷା ପ୍ରଦାନ ବ୍ୟବସ୍ଥା ବାସ୍ତବବାଦୀ ତଥା ମୌଳିକ ଦୃଷ୍ଟିଭଙ୍ଗୀ ଉପରେ ପର୍ୟ୍ୟବସିତ ହେବା ଦରକାର ବୋଲି କହିଥିଲେ।

ଏନଆଇସିର ପୂର୍ବତନ ନିର୍ଦେଶକ ରବିନାରାୟଣ ବେହେରା ନବସୃଜନ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତିତ ନୂଆ ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ବିଷୟରେ ଅବତାରଣା କରିଥିଲେ। ପୋଖରୀପୁଟ ଡିଏଭିର ଶିକ୍ଷୟିତ୍ରୀ ସ୍ମରଣିକା ପଟ୍ଟନାୟକ ଶିକ୍ଷକ ଶିକ୍ଷାଦାନ ସମୟରେ ବିଦ୍ୟାର୍ଥୀର ମାନସିକ ଅବସ୍ଥା, ଆଗ୍ରହ ବିଷୟରେ ଅବଗତ ହେବା ସହିତ ଶିକ୍ଷାଦାନ ପୂର୍ବରୁ ନିଜେ ମଧ୍ୟ ନୂଆ ବିଷୟ ଶିକ୍ଷା କରିବା ଦରକାର ବୋଲି କହିଥିଲେ। ମୋ ସ୍କୁଲ ଅଭିଯାନର ଉପନିର୍ଦେଶିକା ସସ୍ମିତା ମାଳି ସମସ୍ତଙ୍କ ସହଭାଗିତାରେ ବିଦ୍ୟାଳୟର ଭିତ୍ତିଭୂମି ସହିତ ଶୈକ୍ଷିକ ବିକାଶ ନିମନ୍ତେ ପଦକ୍ଷେପ ନିଆଯାଉଛି।

ଡ.ମିନାକ୍ଷୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପିକକର କାର୍ୟ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ କାର୍ୟ୍ୟକ୍ରମରେ ଶିକ୍ଷାବିତ ଡ.ସନ୍ତୋଷ କୁମାର ପରିଡ଼ା, ବିଜିଭିଏସର ଉଷାରାଣୀ ବେହେରା, ଓଭାର କ୍ଷମାକର ସ୍ୱାଇଁ, ପିକକର ଅଳ୍ପନା ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories