www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟ ଅଭିଲେଖାଗାରରେ ରହିବ ସ୍ୱାଧୀନତା ପୂର୍ବର ନଥି

ଭୁବନେଶ୍ୱର: ସ୍ବାଧୀନତା ପୂର୍ବରୁ ଥିବା ରାଜସ୍ବ ନଥିକୁ ସୁରକ୍ଷିତ ଭାବେ ରଖାଯିବ। କଟକ ବୋର୍ଡ କାର୍ଯ୍ୟାଳୟରେ ଥିବା ଏହି ସବୁ ନଥିକୁ ରାଜ୍ୟ ଅଭିଲେଖାଗାରକୁ ସ୍ଥାନାନ୍ତର କରାଯିବ। ସ୍ୱାଧୀନତା ପୂର୍ବର ଏମିତିକି ୧୯୨୦ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଥିବା ସମସ୍ତ ନଥିକୁ ଭୁବନେଶ୍ୱର ଅଭିଲେଖାଗାରରେ ରଖାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଲେଖାଗାର ଉପରେ ଚାପ ବଢୁଛି। ଗୋଟିଏ ପଟେ ମାନବ ସମ୍ବଳ ଅଭାବ ରହିଥିବା ବେଳେ ନଥି ରଖିବା ପାଇଁ ସ୍ଥାନର ବି ଅଭାବ ରହିଛି। ସ୍ଥାନାଭାବ ଦର୍ଶାଇ ଅଭିଲେଖାଗାର କର୍ତ୍ତୃପକ୍ଷ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପଦକ୍ଷେପ ସ୍ବରୂପ ବିଭିନ୍ନ ମହଲାରେ ଥିବା ନଥିକୁ ବ୍ୟବସ୍ଥିତ କରାଯାଇ ରଖାଯିବାପରେ ଏବେ ସ୍ଥାନର ଅଭାବ କିଛି ମାତ୍ରାରେ କମିଛି। ଏହାରି ଭିତରେ ବୋର୍ଡ କାର୍ଯ୍ୟାଳୟର କର୍ମକର୍ତ୍ତା ମଧ୍ୟ ଅଭିଲେଖାଗାର ପରିଦର୍ଶନ କରିଛନ୍ତି।

ରାଜ୍ୟ ଅଭିଲେଖାଗାରରେ ୬ ମହଲାରେ ଏବେ ନଥି ଏବଂ ବିଭିନ୍ନ କାଗଜପତ୍ର ଭରପୂର ରହିଛି l ପ୍ରଥମ ମହଲାରେ ପାଠାଗାର ଥିବାବେଳେ ଦ୍ୱିତୀୟ ମହଲରେ ଖବରକାଗଜ ଭର୍ତ୍ତି ହୋଇ ରହିଛି l ସେହିପରି ତୃତୀୟ ମହାଲରେ ବିଭିନ୍ନ ଜିଲା ବିବରଣୀ ରହିଛି। ଯେଉଁଥିରେ ଐତିହାସିକ ବିବରଣୀ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ବିବରଣୀ ରହିଛି। ଚତୁର୍ଥ ମହଲାରେ ଜଗନ୍ନାଥ ସଂସ୍କୃତି କିଛି ବିବରଣୀ ସହିତ ରାଜସ୍ବ ନଥି ରହିଛି। ଏହାଛଡା ପଞ୍ଚମ ମହଲାରେ ନିର୍ଦେଶାଳୟ କାଗଜପତ୍ର ରହିଛି। ଏଥିରେ ବିଭିନ୍ନ ପ୍ରକାଶନି ସାଙ୍ଗକୁ ନିର୍ଦେଶାଳୟର ବିବରଣୀ ଅଛି। ନିକଟରେ କର୍ତ୍ତୃପକ୍ଷ ଉକ୍ତ ଗୃହକୁ ଖୋଲିବା ସହିତ ଏହାକୁ ବ୍ୟବସ୍ଥିତ କରିଛନ୍ତି। କଟକ କାର୍ଯ୍ୟାଳୟରୁ ଆସିବାକୁ ଥିବା ନଥି ଏଠାରେ ରହିବା ସହିତ ବିଭିନ୍ନ ଜିଲାରୁ ଏବେ ଅଧିକ ବିବରଣୀ ସଂଗ୍ରହ କରାଯାଇ ଅଭିଲେଖାଗାରରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଅଭିଲେଖାଗାର ଅଧୀକ୍ଷକ ସେକ୍‌ ସୋଲେମାନ ଅଲ୍ଲୀ କହିଛନ୍ତି ସରକାରଙ୍କ ନିଷ୍ପତ୍ତି ଆଧାରରେ ସବୁ କାର୍ଯ୍ୟ ହେଉଛି। ଯାହାସବୁ ଆମର ସୁବିଧା ଅସୁବିଧା ରହିଛି ତାହାକୁ ଆମେ ବିଭାଗୀୟ ନିର୍ଦେଶକ ଓ ସଚିବଙ୍କୁ ଜଣାଇ ଦେଇଛୁ। ସେହିପରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି ଅଭିଲେଖାଗାରରେ ଯେତିକି ବି ସ୍ଥାନ ରହିଛି ତାହାକୁ ବ୍ୟବସ୍ଥିତ କରାଯାଇଛି। ବୋର୍ଡ କାର୍ଯ୍ୟାଳୟ ନଥି ସମେତ ଆଗକୁ ଅଧିକ ନଥି ଆଣିବା ପାଇଁ ପଦକ୍ଷେପ ନିଆଯିବ। ତେବେ ସ୍ଥାନ ଅଭାବ ଦୃଷ୍ଟିରୁ ଅଭିଲେଖାଗାରର ଭିତ୍ତିଭୂମିକୁ ବୃଦ୍ଧି କରାଯିବ। ଅଭିଲେଖାଗାର ପଛକୁ ଥିବା ଖାଲି ସ୍ଥାନ ଏବଂ ଛାତ ଉପରେ ନୂଆଗୃହ ନିର୍ମାଣ କରିବା ନେଇ ଯୋଜନା ରହିଛି। ଏନେଇ ଏକ ବୈଠକ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories