Patra electronics

ସେଣ୍ଟ ଜାଭିୟର୍ସରେ ବାସ୍କେଟ ବଲ ମହାକୁମ୍ଭ, ଆସନ୍ତାକାଲି ଫାଇନାଲ

କଟକ: ସିବିଏସଇ ବାସ୍କେଟ ବଲ ଟୁର୍ଣାମେଣ୍ଟ କ୍ଲଷ୍ଟର ୨ର ଦ୍ଵିତୀୟ ଦିନରେ ୨୪ଟି ଟିମ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ୧୯ ବର୍ଷରୁ କମ ବାଳକ ବର୍ଗରେ ମଦର୍ସ ପବ୍ଲିକ ସ୍କୁଲ, ମହେସତଲାର ନାରାୟଣ ସ୍କୁଲ, ସାଇ ଆବାସିକ ସ୍କୁଲ ଓ ଓଡ଼ିଏମ ପବ୍ଲିକ ସ୍କୁଲ ସେମିଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ୧୭ ବର୍ଷରୁ କମ ବାଳକ ବର୍ଗରେ ଜ୍ଞାନ ବିକାଶ, ଏକାଡେମୀ ୱାର୍ଲଡ ସ୍କୁଲ, ବିକାଶ କନସେପ୍ଟ ଓ ବିକାଶ କନସେପ୍ଟ ସ୍କୁଲ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେହିପରି ୧୪ ବର୍ଷରୁ କମ ବାଳକ ବର୍ଗରେ ବିକାଶ ଆବାସିକ  ବିଦ୍ୟାଳୟ, ଡିପିଏସ ବିଳାସପୁର, ଡିପିଏସ କଳିଙ୍ଗ ଓ କିଟ ଇଣ୍ଟରନ୍ୟାସନାଲ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।

ପ୍ରତିଯୋଗିତାରେ ୧୩ ବର୍ଷ,୧୭ ବର୍ଷ ଓ ୧୯ ବର୍ଷରୁ କମ ବର୍ଗର ଦଳ ଗୁଡିକ ମଧ୍ୟରେ ୩୫ଟି ମ୍ୟାଚ୍ ଖେଳାଯିବା ପରେ ଆସନ୍ତାକାଲି (ଶନିବାର) ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ। ୧୯ ବର୍ଷରୁ କମ ବର୍ଗର ବାଳିକା ଦଳରେ ଏନଏଚ ଗୋଏଲ୍ ଦଳ ଓ ପଶ୍ଚିମବଙ୍ଗର ସୁଶୀଳା ବିର୍ଲା ଦଳ ଏବଂ ଏମପିଏସ ଦଳ ଓ ଟିଏସଜି ଭୁବନେଶ୍ୱର ମଧ୍ୟରେ ମୁକାବିଲା ହେବ। ସେହିପରି ୧୭ ବର୍ଷରୁ କମ୍ ବାଳିକା ବର୍ଗରେ କ୍ୟାରାମେଲ ସ୍କୁଲ ଓ ଡିପିଏସ ରାଜନନ୍ଦଗାଓଁ ଏବଂ କ୍ରିଷ୍ଣା ପବ୍ଲିକ୍ ସ୍କୁଲ ଓ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ମଧ୍ୟରେ ମୁକାବିଲା ହେବ। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ସେମି ଫାଇନାଲ ମ୍ୟାଚ ଓଡ଼ିଏମ୍ ବିର୍ଲ୍ଲା ଓ କିଟ ଇଣ୍ଟରନ୍ୟାସନାଲ ଏବଂ ଲକ୍ଷ୍ମୀ ପଥ ସିଂଘାଣିଆ ଓ ଆର କେ ସଦର ବିଦ୍ୟାଶ୍ରମ୍ ପ୍ରତିଦ୍ୱନ୍ଦିତା କରିବେ।

ଆଜି କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋସ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତାକାଲି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଓ ଉଦଯାପନୀ ଉତ୍ସବରେ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରାଯିବ ବୋଲି ଆୟୋଜକ ବିଦ୍ୟାଳୟ କର୍ତୃପକ୍ଷ ଜଣାଇଛନ୍ତି।

Comments are closed.