ସାମ୍ନାକୁ ଆସିଲା ଶାହରୁଖ ଖାନଙ୍କ ୩୬ ବର୍ଷ ପୁରୁଣା ଭିଡିଓ, ଚିହ୍ନିବା କଷ୍ଟ

ନୂଆଦିଲ୍ଲୀ : ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପ୍ରଶଂସକ ଖାଲି ଦେଶ ନୁହେଁ, ବିଦେଶରେ ମଧ୍ୟ । ତାଙ୍କ ବ୍ୟକ୍ତିତ୍ବ ସମସ୍ତଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ୧୦୦ରୁ ଅଧିକ ଫିଲ୍ମରେ କାମ କରିଥିବା ଶାହରୁଖ ଖାନ ନିଜ ଅଭିନୟ କ୍ୟାରିୟର ଏକ ଟେଲିଭିଜନ ଧାରାବାହିକରୁ ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ସିରିଏଲର ନାଁ ଥିଲା ‘ଦିଲ ଦରିୟା’ । ୩୬ ବର୍ଷ ପୂର୍ବରୁ ଆସିଥିବା ଏହି ସିରିଏଲର କିଛି କ୍ଲିପ୍ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏଥିରେ ଶାହରୁଖ ଖାନଙ୍କୁ ଦେଖି ଦର୍ଶକ ପୁଣି ନିଜ ହୃଦୟ ଦେଇ ବସୁଛନ୍ତି ।

 

View this post on Instagram

 

A post shared by Priya (@bollywoodtriviapc)

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିବା ପୂର୍ବରୁ ବଲିଉଡ ବାଦଶାହ ଶାହରୁଖ ଖାନ୍ ୧୯୮୮ରେ ଟିଭିରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଫୌଜି ଓ ହମ୍ ପାଞ୍ଚ ଜୈସେ ସିରିଏଲରେ ମଧ୍ୟ କାମ କରିଥିଲେ । ୧୯୯୨ ମସିହାରେ ସେ ଦିଓ୍ବାନା ଫିଲ୍ମରେ ପ୍ରଥମ ଥର ନଜର ଆସିଥିଲେ । ଏହା ପରେ ସେ ଆଉ ପଛକୁ ଫେରିନଥିଲେ । ଧିରେ ଧିରେ ଦେଶ ଏବଂ ବିଦେଶରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିଥିଲା । ଏବେ ସେ ସାରା ବିଶ୍ବର ସଫଳ ଏବଂ ଧନୀ ତାରକାଙ୍କ ତାଲିକାରେ ସାମିଲ ।

ହିନା ଖାନ କର୍କଟରେ ପୀଡ଼ିତ, ଭାବୁକ ହୋଇ କହିଲେ ଏମିତି..

Comments are closed.