www.samajalive.in
Saturday, December 6, 2025
15.1 C
Bhubaneswar

ଜନ୍ମଦିନ ବିଶେଷ : ବାଲ୍କୋନୀରୁ ପ୍ରଶଂସକଙ୍କୁ ଭେଟିଲେ କିଙ୍ଗ୍‍ ଖାନ୍‍

ମୁମ୍ବଇ : ୨ ନଭେମ୍ବର ବଲିଉଡ଼ର ବାଦଶାହ ଶାହାରୁଖ୍‍ ଖାନ୍‍ଙ୍କ ଜନ୍ମଦିନ। ୧୯୬୫ ମସିହା ଆଜିର ଦିନରେ କିଙ୍ଗ୍‍ ଖାନ୍‍ ଜନ୍ମ ହୋଇଥିଲେ।

ରାତି ୧୨ଟା ପୂର୍ବରୁ ହିଁ ତାଙ୍କ ଘର ‘ମନ୍ନତ୍‍’ ସମ୍ମୁଖରେ ପ୍ରଶଂସକମାନଙ୍କ ଭିଡ଼ ଜମିବା ଆରମ୍ଭ ହୋଇଯାଇଥିଲା। ଲୋକମାନେ ତାଙ୍କ ଅତିପ୍ରିୟ ତାରକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ଖୁବ୍‍ ଉତ୍ସାହିତ ଥିଲେ। ଠିକ୍‍ ରାତି ୧୨ଟା ସମୟରେ ଶାହାରୁଖ୍‍ ତାଙ୍କ ଘରର ବାଲକୋନୀକୁ ଆସି ପ୍ରଶଂସକମାନଙ୍କୁ ଦେଖାକରି କୃତଜ୍ଞତା ଜଣାଇଥିଲେ। ଲୋକମାନେ ନିଜ ପ୍ରିୟ ଅଭିନେତାଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ ଓ ଖୁବ୍‍ ଜୋରରେ ଚିଲାଇବାକୁ ଲାଗିଥିଲେ। ଲୋକଙ୍କ ଏହି ଭଲପାଇବା ଦେଖି କିଙ୍ଗ୍‍ ଖାନ୍‍ଙ୍କ ଖୁସିର ସୀମା ରହିନଥିଲା।

- Advertisement -

ତେବେ ଚଳିତ ବର୍ଷର ଜନ୍ମଦିନ ଶାହାରୁଖ୍‍ଙ୍କ ପାଇଁ ବହୁତ ଖାସ୍‍। କାରଣ ଜନ୍ମଦିନ ଅବସରରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’ ର ଟ୍ରେଲର୍‍ ରିଲିଜ୍‍ ହେଉଛି।

ଏହି ଚଳଚ୍ଚିତ୍ରକୁ ଆନନ୍ଦ ଏଲ୍‍ ରାୟ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ କ୍ୟାଟ୍ରିନା କୈଫ୍‍ ଓ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories