www.samajalive.in
Saturday, December 6, 2025
14.1 C
Bhubaneswar

ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ହାଇକୋର୍ଟରେ ଖାଲିଥିବା ଟ୍ରାଏଲ୍‍ ଜଜ୍‍୍‍ ପଦ ପୂରଣ କରିବାରେ ବିଳମ୍ବ ଘଟୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖୁବ୍‍ ଶୀଘ୍ର ପଦ ପୂରଣ କର ନ ହେଲେ ଆମେ ବିକଳ୍ପ ବ୍ୟବସ୍ଥା ଦେଖିବୁ ବୋଲି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ କହିଛନ୍ତି।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ୟୁ ୟୁ ଲଳିତ ଓ କେ ଏମ୍‍ ଜୋଶେଫ୍‍ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ୁଥିବା ବେଳେ ବିଚାରପତିଙ୍କ ସଂଖ୍ୟା ତଦନୁଯାୟୀ ବୃଦ୍ଧି କରାଯାଉନାହିଁ।
ତେଣୁ ଟ୍ରାଏଲ୍‍ ଜଜ୍‍ ନିଯୁକ୍ତି ପାଇଁ ନିୟମ ରହିଛି। ୨୦୦୬ ଏପ୍ରିଲ୍‍ ମାସରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନବିଚାରପତି ୱାଇ କେ ସାଭରୱାଲ୍‍ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଭିନ୍ନ ହାଇକୋର୍ଟରେ ଟ୍ରାଏଲ୍‍ ଜଜ୍‍୍‍ ନିଯୁକ୍ତି ପାଇଁ ସମୟସୀମା ନିର୍ଦ୍ଧାରଣ କରିଥିଲେ। କିନ୍ତୁ ଏହାର ବ୍ୟତିକ୍ରମ ହେଉଥିବା ସମସ୍ତ ହାଇକୋର୍ଟରୁ ଆସିଥିବା ତଥ୍ୟରୁ ଜଣାପଡ଼ୁଛି। ଦେଶରେ ଥିବା ୨୨ହଜାର ବିଚାର ବିଭାଗୀୟ କାର୍ଯ୍ୟାଳୟରେ ଆବଶ୍ୟକ କୋଠରି, କର୍ମଚାରୀ ଓ ଅଧିକାରୀଙ୍କ ଅଭାବ ରହିଛି। ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦେବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୫ ରୁ ଅଦ୍ୟାବଧି ୧୦୦ ଟ୍ରାଏଲ୍‍ ଜଜ୍‍ ପଦ ପାଇଁ ୩୨ ହଜାର ପ୍ରାର୍ଥୀ ଆବେଦନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories