ଶ୍ରୀନଗର ବିମାନ ବନ୍ଦରରେ ସେନାର ଯବାନଙ୍କ ବ୍ୟାଗରୁ ମିଳିଲା ଗ୍ରିନେଡ୍
ଶ୍ରୀନଗର – ଶ୍ରୀନଗର ବିମାନ ବନ୍ଦରରେ ସେନାର ଯବାନଙ୍କ ବ୍ୟାଗରୁ ମିଳିଲା ଗ୍ରିନେଡ୍ । ବ୍ୟାଗେଜ୍ ସ୍କ୍ରିନିଙ୍ଗ୍ ସମୟରେ ବ୍ୟାଗ ଭିତରେ ଗ୍ରିନେଡ୍ ଥିବା କଥା ଜଣା ପଡିଥିଲା । ଏହି ଯବାନ୍ ଜଣଙ୍କ ଦକ୍ଷିଣ କାଶ୍ମୀର ପୁଲବାମା ଜିଲ୍ଲାର ଅବନ୍ତିପୁର ଅଞ୍ଚଳରେ ମୁତୟନ ଥିଲେ । ଯବାନଙ୍କ ନାଁ ବାଲାଜୀ ସମ୍ପତ ଘର ତାମିଲନାଡୁରେ ।
ସୋମବାରରେ ଏହି ଯବାନ ଜଣଙ୍କ ବ୍ୟାଗେଜ୍ ଡ୍ରପ୍ ଗେଟ୍ ନିକଟରେ ସ୍କ୍ରିନିଙ୍ଗ୍ ସମୟରେ ବ୍ୟାଗ୍ରେ ଗ୍ରିନେଡ୍ ଥିବା କଥା ଜଣା ପଡିଥିଲା । ଏକଥା ଜଣା ପଡିବା ପରେ ଯବାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି ।
ପୁଲିସ୍ ଏହି ଘଟଣାରେ ସମ୍ପୃକ୍ତ ଯବାନ୍ଙ୍କୁ ପଚରା ଉଚରା କରାଯାଉଛି । ଯବାନ ଯାତ୍ରା କରୁଥିବା ବିମାନ ଶ୍ରୀନଗରରୁ ଚେନ୍ନାଇ ହୋଇ ଦିଲ୍ଲୀ ଯାତ୍ରା କରିବାର ଥିଲା । କେଉଁ କାରଣରୁ ସେ ଗ୍ରିନେଡ୍ ସାଙ୍ଗରେ ନେଉଥିଲେ ସେ ବିଷୟରେ ଜଣା ପଡି ନାହିଁ ।
Comments are closed.