www.samajalive.in
Thursday, December 11, 2025
15.1 C
Bhubaneswar

ପରିସ୍ଥିତି ଗମ୍ଭୀର ; ମୃତ୍ୟୁ ଅବଶ୍ୟମ୍ଭାବୀ: ରନିଲ

କଲମ୍ବୋ : ଶ୍ରୀଲଙ୍କାରେ ଖାଦ୍ୟ ସଂକଟ ଗୁରୁତର ହୋଇଛି। ଇନ୍ଧନ ଓ ରନ୍ଧନ ଗ୍ୟାସ୍‌ ଅଭାବ ସଂକଟକୁ ଅଧିକ ଜଟିଳ କରିଛି। ପରିସ୍ଥିତିର ଦୀର୍ଘମିଆଦୀ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହ ବିହନ ଓ ସାର କିଣିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହାଦ୍ବାରା ଆଗାମୀ ବର୍ଷା ଋତୁରେ କିଛି ଫସଲ ଉତ୍ପାଦନ ମାଧ୍ୟମରେ ଖାଦ୍ୟ ସଂକଟର ମୁକାବିଲା କରାଯାଇପାରିବ ବୋଲି ସେ ଭାବୁଛନ୍ତି। ଚଳିତ ମେ’ରୁ ଅଗଷ୍ଟ ଓ ସେପ୍ଟେମ୍ବରରୁ ମାର୍ଚ୍ଚ ଦେଶରେ ଫସଲ ଅମଳ ସମୟ ହୋଇଥିବାରୁ ଲୋକେ ଆନ୍ଦୋଳନ ଓ ଅନ୍ୟତ୍ର ଅଯଥା ସମୟ ନଷ୍ଟ ନ କରି କୃଷିକାର୍ଯ୍ୟରେ ମନୋନିବେଶ ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ‘ପରିସ୍ଥିତି ଅତି ଗୁରୁତର; କିଛି ନ କଲେ ମୃତ୍ୟୁ ଅବଶ୍ୟମ୍ଭାବୀ। ଲୋକେ ଏହା ବୁଝିବା ଆବଶ୍ୟକ’ ବୋଲି ରନିଲ ଏକ ବାର୍ତ୍ତାରେ କହିଛନ୍ତି। ଦୁଇ ଦିନ ପୂର୍ବେ ସରକାର ପେଟ୍ରୋଲ ଟାଙ୍କିରେ ଧାଡ଼ି ନ ଲଗାଇବାକୁ ଲୋକଙ୍କୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ଶୁକ୍ରବାର ସ୍ବାସ୍ଥ୍ୟ, ବାଣିଜ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ରନିଲଙ୍କ ହାତରେ ରଖାଯାଇଛି।
ସୂଚନାନୁଯାୟୀ, ଦେଶରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୫ହଜାର ଟଙ୍କାରେ ପହଞ୍ଚିଛି। ଏପ୍ରିଲରେ ପ୍ରତି ସିଲିଣ୍ଡର ପିଛା ୨୬୭୫ ଟଙ୍କା ଥିଲା। ସିଲିଣ୍ଡର କିଣିବାକୁ ଧାଡ଼ିରେ ୫୦୦ ଲୋକ ଛିଡ଼ା ହୋଇଥିବାବେଳେ ମାତ୍ର ୨୦୦ଙ୍କ ପାଇଁ ଏହା ଉପଲବ୍ଧ ହେଉଛି। ଦୈନିକ ୧୫ ଘଣ୍ଟା ବିଜୁଳି କାଟ ହେଉଥିବାବେଳେ କିରାସିନି ମଧ୍ୟ ମିଳୁ ନାହିଁ। ଦେଶରେ ମୁଦ୍ରାସ୍ଫୀତି ୪୬ ପ୍ରତିଶତ ବୃଦ୍ଧି ଘଟିଛି। ବିଶ୍ବବ୍ୟାଙ୍କରୁ ଋଣ ମିଳିଲେ ବୈଦେଶିକ ମୁଦ୍ରା ଭଣ୍ଡାର ପୂରଣ ହେବ ଏବଂ ବିଦେଶରୁ ପେଟ୍ରୋଲ, ଔଷଧ ଆଦି ଆମଦାନୀ କରିହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ କହିଛନ୍ତି। ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଉଛି ବୋଲି ସେ କହିଛନ୍ତି। ଏପରିସ୍ଥଳେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ ସହ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୁଲିସ ସେମାନଙ୍କ ଉପରେ ପାଣି ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଗୁରୁବାର ଜର୍ମାନୀରେ ଅନୁଷ୍ଠିତ ଜି-୭ ରାଷ୍ଟ୍ରଙ୍କ ବୈଠକରେ ଶ୍ରୀଲଙ୍କାକୁ ସହାୟତା ପାଇଁ ସର୍ବସମ୍ମତ ମତ ପ୍ରକାଶ ପାଇଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ସହିତ ଆର୍ଥିକ ସହାୟତା ବାବଦରେ ଆଲୋଚନା ଚାଲିଛି। ଆସନ୍ତା ୨୪ ସୁଦ୍ଧା ଏହାର ଫଳାଫଳ ସ୍ପଷ୍ଟ ହୋଇପାରେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories