ସମ୍ଭାବ୍ୟ ଅଦିନିଆ ବର୍ଷା – ଫସଲ ସୁରକ୍ଷା ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପରାମର୍ଶ

ଡେସ୍କ: ସମ୍ଭାବ୍ୟ ବାତ୍ୟା ‘ମିଚାଉଁ’ ପ୍ରଭାବରେ ଆସନ୍ତା ଡିସେମ୍ବର ୫ ତାରିଖରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥୁବା ବେଳେ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି। ତେଣୁ ଚାଷୀମାନେ ଯେଭଳି ନିଜ ଫସଲ ସୁରକ୍ଷା କରିପାରିବେ, ସେ ନେଇ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସତ୍ୟବ୍ରତ ସାହୁ ଏ ନେଇ ସୂଚନା ଦେଇଛନ୍ତି।

ସେଗୁଡିକ ହେଉଛି –

  • କଟା ହୋଇଯାଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ଗଚ୍ଛିତ ରଖନ୍ତୁ
  • କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନହେଲେ ପଲିଥୁନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ
  • କଟା ଧାନକୁ ବିଲରେ ଶୁଖାନ୍ତୁ ନାହିଁ
  • ଅମଳ ଉପଯୋଗୀ ଅନ୍ୟାନ୍ୟ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରିଦିଅନ୍ତୁ
  • ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ
  • ଧାନ ଗଛ ପଡ଼ି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ
  • ମଣ୍ଡିରେ ଧାନ ଓ ଅନ୍ୟାନ୍ୟ ଫସଲକୁ ପଲିଥିନ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ
  • ଅମଳ ଉପ‌ଯୋଗୀ ମାଣ୍ଡିଆ ଫସଲକୁ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ
  • ଅମଳ ଉପ‌ଯୋଗୀ କପା ଫସଲକୁ ଅତି ଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ
  • ଜଳସେଚନ, ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଂଚନ ସାମୟିକ ବନ୍ଦ ରଖନ୍ତୁ
  • ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକ ଶ୍ୟକୀୟ ପଦକ୍ଷେପ ନିଅନ୍ତୁ
  • ସଦ୍ୟ ଲଗାଯାଇଥିବା ଆଳୁ କିଆରୀରେ ନାଳି କାଟି ନାଳି ମୁହଁ ଖୋଲା ରଖନ୍ତୁ
  • ସମସ୍ତ ରବି ଫସଲ ଲଗା ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ
  • ମୂଳା, ବୀନସ୍, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇ ହାଇଥିଲେ ତୁରନ୍ତ ତୋଳି ବିକ୍ରୟ କରନ୍ତୁ
  • ବାଇଗଣ, ବିଲାତି ବାଇଗଣ, ଫୁଲକୋବି, ବ୍ରୋକୋଲି ଓ କାପ୍‌ସିକମ୍ ଆଦି ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ଘୋଡ଼ାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ

Comments are closed.