www.samajalive.in
Saturday, December 6, 2025
23.1 C
Bhubaneswar

ରୋଗୀ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ କରି ୨ ସୁରକ୍ଷାକର୍ମୀ ଗିରଫ

ବୁର୍ଲା: ବୁର୍ଲା ଭିମସାରରେ ସ୍ଥାଣୁ ପରିଚାଳନା ବ୍ୟବସ୍ଥା ଯୋଗୁ ଡାକ୍ତରଖାନାରେ ବିଶୃଙ୍ଖଳା ବୃଦ୍ଧି ପାଇଛି। ଏହାର ଫଳାଫଳ ସ୍ୱରୂପ ସମସ୍ୟା ଭୋଗୁଛନ୍ତି ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ। ଉଦ୍ଧତ ସୂରକ୍ଷା କର୍ମୀମାନେ କେତେବେଳେ ଡାକ୍ତରୀ ଛାତ୍ରୀଙ୍କୁ ଆକ୍ରମଣ କରୁଛନ୍ତି ତ କେତେବେଳେ ରୋଗୀ ସମ୍ପର୍କୀୟଙ୍କୁ । ରୋଗୀ ସମ୍ପର୍କୀୟମାନେ ନିଜ ରୋଗୀର ଚିକିତ୍ସା ମାଗଣାରେ କରାଇବା ଆଶା ନେଇ ଭିମସାରକୁ ଆସୁଥିବା ବେଳେ ଏହି ସୁରକ୍ଷା କର୍ମୀଙ୍କ ଆକ୍ରୋଶ ଏବଂ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି। ଗୁରୁବାର ଆଞ୍ଚଳିକ ରୋଗ ନିରୂପଣ ବିଭାଗରେ ଜଣେ ରୋଗୀ ସମ୍ପର୍କୀୟ ଅନ୍ତର୍ଯ୍ୟାମୀ ପାଢ଼ୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ସୁରକ୍ଷା କର୍ମୀମାନେ। ପୁଲିସ ୨ ଜଣ ଆକ୍ରମଣକାରୀ ସୁରକ୍ଷାକର୍ମୀ ଶିବବ୍ରତ ବିଶ୍ଵାଳ ଏବଂ ବନମାଳୀ ନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରି ଉଭୟ ସୁରକ୍ଷାକର୍ମୀଙ୍କୁ କୋର୍ଟ ଚାଲାଣ କରିଥିବା ବୁର୍ଲା ଏସଡିପିଓ ଅମ୍ବିତ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପଟେ ବିନା କୌଣସି ପୁଲିସ ଯାଞ୍ଚ କରାଯାଇ ଗୁଣବତ୍ତା ପରୀକ୍ଷା ନ କରି କପରି ଏଭଳି ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରାଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘବର୍ଷ ଧରି ଗୋଟିଏ ସୁରକ୍ଷା ସଂସ୍ଥାକୁ ଡାକ୍ତରଖାନାର ସୁରକ୍ଷା ଦାୟିତ୍ଵ ଦିଆଯାଇଥିବାରୁ ସଂସ୍ଥାର କର୍ମଚାରୀମାନେ ମନମାନି କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏହି ସଂସ୍ଥାଟି ୨୦୧୧ ମସିହାରୁ ଆଜି ପର୍ଯ୍ୟନ୍ତ କିପରି ନିୟୋଜିତ ରହିଛି ତା’ର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅନେକ ଅନିୟମିତତା ଉପରୁ ପରଦା ଉଠିପାରିବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories