www.samajalive.in
Friday, December 5, 2025
17.1 C
Bhubaneswar

ବସ୍‌ରୁ ଗାଏବ ହେଲା ୫୦ କେଜି ରୁପା

ଖଲ୍ଲିକୋଟ : ଜାତୀୟ ରାଜପଥ -୧୬ ବ୍ରହ୍ମପୁର-ଭୁବନେଶ୍ବର ରାସ୍ତାର ଭେଜିପୁଟ ନିକଟରେ ଏକ ଯାତ୍ରୀବାହୀ ବସ୍‌ରୁ ଦୁର୍ବୃତ୍ତମାନେ ୫୦ କେଜି ରୁପା ଲୁଟି ନେଇଛନ୍ତି। ବ୍ରହ୍ମପୁର ଠାରୁ କଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସ୍‌ରୁ ଏହି ଲୁଟ୍ ହୋଇଛି। ମିଥୁନ ମଣ୍ଡଳ ନାମକ ଜଣେ ବ୍ୟବସାୟୀ ୫୦ କେଜି ରୁପା ଧରି ବସ୍‌ରେ କଲକାତା ଯାଉଥିଲେ। ରାତି ପ୍ରାୟ ୧୦ଟା ୩୦ମିନିଟ ସମୟରେ ବସ୍‌ଟି ଜଳଖିଆ ଖାଇବା ପାଇଁ ଭେଜିପୁଟ ଠାରେ ଅଟକିଥିଲା। ଏହି ସମୟରେ ଏକ କାର୍‌ରେ ବସ୍‌ର ପିଛା କରୁଥିବା ୫ଜଣ ଯୁବକ ଭେଜିପୁଟଠାରେ ବସ୍‌ରେ ପ୍ରବେଶ କରି ବ୍ୟବସାୟୀଙ୍କଠାରୁ ଉକ୍ତ ରୁପା ଭର୍ତ୍ତି ଗହଣା ବ୍ୟାଗ ଧରି କାର୍‌ରେ ଚମ୍ପଟ ମାରିଥିଲେ। ଖବର ପାଇ ପୁଲିସ ଉକ୍ତ କାର୍‌ର ପିଛା କରିଥିଲା। ବସ୍‌ ଭିତରୁ ଏଭଳି ରୁପା ଲୁଟ୍ ଆଲୋଡନ ଖେଳାଇଦେଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories