www.samajalive.in
Monday, December 15, 2025
24.1 C
Bhubaneswar

ସତର୍କ ରୁହନ୍ତୁ, ଆସୁଛି ବଡ଼ ବର୍ଷା, ୧୮ ଜିଲ୍ଲାକୁ ଆର୍ଲଟ ରହିବାକୁ SRCଙ୍କ ନିର୍ଦ୍ଦେଶ ।

ଭୁବନେଶ୍ବର: ଆସୁଛି ବଡ଼ ବର୍ଷା । ସେପ୍ଟେମ୍ବର ୨୬ରେ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୨୭ ସକାଳେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆନ୍ଧ ଉପକୂଳ ଦେଇ ଅତିକ୍ରମ କରିବ । ତେଣୁ ୨୭ରୁ ଓଡ଼ିଶାରେ ତାର ପ୍ରଭାବ ଦେଖିବାକୁ ମିଳିବ ।

ଲଘୁଚାପ ଜନିତ ବର୍ଷା ପାଇଁ ଆଲର୍ଟ ଜାରି କରିଛନ୍ତି ଏସଆରସି । ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ୩ଟି ଜିଲ୍ଲା ବର୍ଷାରେ ବିଶେଷ ପ୍ରଭାବିତ ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉକ୍ତ ୩ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

- Advertisement -

ଆବଶ୍ୟକ ପଡ଼ିଲେ ଅଗ୍ନିଶମ ସେବା ଏବଂ ଓଡ୍ରାଫ ଟିମ୍ କୁ ନିୟୋଜିତ କରାଯିବ । ଡ୍ରେନେଜ ଇଞ୍ଜିନିୟରଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବନ୍ୟା ମୁକାବିଲା ପାଇଁ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories