www.samajalive.in
Sunday, December 7, 2025
14.1 C
Bhubaneswar

ଚିନ୍ତା ବଢ଼ାଇଲା ଡେଙ୍ଗୁ

ସୁନ୍ଦରଗଡ଼ : ରାଜ୍ୟରେ ଡେଙ୍ଗୁକୁ ନେଇ ଚିନ୍ତା ବଢିଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରୁ ଆସୁଥିବା ଡେଙ୍ଗୁ ଆକ୍ରାନ୍ତ ତଥ୍ୟ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ, ଗତବର୍ଷ ୧୭୪୨ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଜିଲାରେ ଏହି ସଂଖ୍ୟା ୧୧୪ରେ ପହଞ୍ଚିଛି। ବିଭିନ୍ନ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରୁ ଆସିଥିବା ଲୋକଙ୍କ ପାଇଁ ଏହି ସଂଖ୍ୟା ବୃଦ୍ଧି ପାଇଛି। ଜିଲା​‌େ‌ର ୧୧୪ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ରାଉରକେଲାର କେବଳ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ବେଳ ଥାଉ ଏହାର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ବିରକେରାରେ ୪, ବିଶ୍ରାରେ ୧, ମଝାପଡ଼ାରେ ୧, ଗୁରୁଣ୍ଡିଆରେ ୧, ସୁନ୍ଦରଗଡ଼ ସହରାଞ୍ଚଳରେ ୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାଉରକେଲାର ଏହି ୯୯ଜଣ ରୋଗୀଙ୍କ ମଧ୍ୟରୁ ୩୭ ଜଣ ଡେଙ୍ଗୁ ପ୍ରଭାବିତ ଜିଲାରୁ ଆସିଥିବା ସୂଚନା ଦିଆଯାଇଛି। ଇସ୍ପାତ ସହରାଞ୍ଚଳରେ ଏହି ସଂଖ୍ୟା ୬୩ ଥିବା ବେଳେ ଆରଏମସି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରହିଛି।
ଆଇଜିଏଚ, ଆରଜିଏଚ ଓ ବିଭିନ୍ନ ଘରୋଇ ଡାକ୍ତରଖାନାରେ ରୋଗୀମାନେ ଭର୍ତ୍ତି ହୋଇଛନ୍ତି। ଜିଲା ମୁଖ୍ୟ ଡାକ୍ତରଖାନା, ଆଇଜିଏଚ ଏବଂ ଆଇଜିଏଚକୁ ଢେଙ୍ଗୁ ପରୀକ୍ଷା କେନ୍ଦ୍ର କରାଯାଇଛି। ଆରଜିଏଚ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଡେଙ୍ଗୁରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ଼ ରଖାଯାଇଥିବା ବେଳେ ଏଥିପାଇଁ ୧୦ଟି ଶଯ୍ୟା ରହିଛି। ତେବେ ଆସିଥିବା ୧୩ ରୋଗୀ ଚିକିତ୍ସା ପରେ ଆବଶ୍ୟକ ପରାମର୍ଶ ନେଇ ଫେରି ଯାଇଥିବା ବେଳେ ଏବେ ଡେଙ୍ଗୁ ୱାର୍ଡ଼ରେ ରୋଗୀ ନ ଥିବା କୁହାଯାଇଛି। ସେହିପରି ଆଇଜିଏଚରେ ୩୬ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଗତସନ୍ଧ୍ୟା ସୁଦ୍ଧା ୨୯ ଜଣ ଚିକିତ୍ସିତ ହୋଇ ଫେରି ଯାଇଛନ୍ତି। ଅନ୍ୟ କେତେକ ରୋଗୀ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଆଜି ବିଭାଗ ପକ୍ଷରୁ ବାସନ୍ତୀ କଲୋନୀ,
ସେକ୍ଟର-୧, ୧୩ ଓ ୧୭ ଅଞ୍ଚଳରେ ମଶାମରା ଧୂଆଁ ଛାଡ଼ିବା ଅଭିଯାନ ଆରମ୍ଭ ହୋଇଛି। ୨୦ଜଣ ଡେଙ୍ଗୁ ସ୍ୱେଚ୍ଛାସେବୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆରଏମସି ଓ ଆର୍‌ଏସ୍‌ପି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମଶାଧୂଆଁ ଛଡ଼ା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ଦାବି ହେଉଛି। ବିଶେଷକରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ଅଞ୍ଚଳରେ ସଫେଇ ବ୍ୟବସ୍ଥା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନଦେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories