ବଜରଙ୍ଗ ପୁନିଆଙ୍କୁ ମିଳିଲା ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ମିଳିଛି କ୍ରୀଡା ଜଗତର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ। କ୍ରିଡ଼ାମନ୍ତ୍ରୀ କିରେନ୍ ରିଜ୍ଜୁ ବଜରଙ୍ଗ ପୁନିଆଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି। ୨୫ ବର୍ଷୀୟ ବଜରଙ୍ଗ ପୁନିଆ କୁସ୍ତିକ୍ଷେତ୍ରରେ ଲଗାତର ଉତ୍ତମ ପଦର୍ଶନ ଜାରିରଖିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି।
ଏଠାରେ ସୂଚନାଯୋଗ୍ୟ ୧୬ ଅଗଷ୍ଟରେ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ପାଇଁ ବଜରଙ୍ଗ ପୁନିଆଙ୍କୁ ଚୟନ କରାଯାଇଥିଲା। ୨୯ ଅଗଷ୍ଟ ରାଷ୍ଟ୍ରୀୟ କ୍ରୀଡା ଦିବସ ଅବସରରେ ଏହି ପୁରସ୍କାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କରିବାର ଥିଲା। କିନ୍ତୁ ବଜରଙ୍ଗ ପୁନିଆ ଅଲମ୍ପିକ୍ ଯୋଗ୍ୟତାପର୍ୟ୍ୟାୟ ମ୍ୟାଚ୍ ପାଇଁ କାଜଗାସ୍ତାନରେ ଖେଳାଯାଉଥିବା ବିଶ୍ବ ଚମ୍ପିୟାନଶିପରେ ସାମିଲ ରହିଥିଲେ। ଏଣୁ ସେ ରାଷ୍ଟ୍ରପତିଙ୍କ ନିକଟରୁ ଏହି ପୁରସ୍କାର ଗ୍ରହଣ କରିପାରିନଥିଲେ।

Comments are closed.