ବ୍ରହ୍ମାକୁମାରୀଙ୍କ ପକ୍ଷରୁ ୯ଦିନ ବ୍ୟାପୀ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ
କେନ୍ଦୁଝରଗଡ଼: ପବିତ୍ର ରଥଯାତ୍ରା ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ସେବାକେନ୍ଦ୍ର ପକ୍ଷରୁ ବଡଦାଣ୍ଡରେ ବିଶ୍ୱ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଓ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ଭଜନମଣ୍ଡପ ନିକଟରେ ଶ୍ରୀଗୁଣ୍ଡିଚାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ୯ଦିନ ବ୍ୟାପୀ ଚିତ୍ର ପ୍ରଦର୍ଶନୀରେ ଆତ୍ମଦର୍ଶନ, ପରାତ୍ମା ଦର୍ଶନ, ସୃଷ୍ଟି ଚକ୍ର, ରାଜଯୋଗ ଦର୍ଶନ ଓ ସୁଖୀ ପରିବାର ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ଦିଗଦର୍ଶନ ଦିଆଯାଇଥିଲା। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ଏଭଳି କାର୍ଯ୍ୟକ୍ରମ ଲୋକଙ୍କ ମନରେ ଆଧ୍ୟାତ୍ମିକ ମନୋଭାବ ଜାଗ୍ରତ କରିବାରେ ବିଶେଷ ସହାୟକ ହେବବୋଲି ଆଶାପ୍ରକଟ କରିଥିଲେ। ବାହୁଡ଼ା ଯାତ୍ରା ଅବସରରେ ଜଳଛତ୍ର ମାଧ୍ୟମରେ ଭକ୍ତମାନଙ୍କୁ ଲେମ୍ବୁ ସରବତ ବଣ୍ଟନ କରାଯାଇଥିଲା। ସେବାକେନ୍ଦ୍ର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିନ୍ଦୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବ୍ରହ୍ମାକୁମାରୀ ଓ ବ୍ରହ୍ମାକୁମାର ଉପସ୍ଥିତ ରହି ୯ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.