ଫୁଲବାଣୀ: କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଏକ ସ୍ୱତନ୍ତ୍ର ବୈଠକ ଫୁଲବାଣୀ ପାର୍ଟି କାର୍ୟ୍ୟାଳୟ ଠାରେ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଫୁଲବାଣୀ ପୌରପରିଷଦର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ଅନୁସୂଚୀତ ଜାତି ମୋର୍ଚାର ରାଜ୍ୟ ଉପସଭାପତି ରାମବିଶି ଦିଗାଲ ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମଣ୍ଡଳ କମିଟି , ବୁଥ କମିଟି, ନିର୍ବାଚନ କମିଟର ପ୍ରତିନିଧି ମାନଙ୍କୁ କେତେକ ମତ ପ୍ରଦାନ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥ ସ୍ତରୀୟ କମିଟିର ସଦସ୍ୟମାନଙ୍କୁ ନିର୍ବାଚନ ପାଇଁ ସଭ୍ୟ ସଂଗ୍ରହ ସହ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଥିଲା। ଗଞ୍ଜେଇ ଚାଲାଣ ନେଇ ଫିରିଙ୍ଗିଆ ଥାନାପୋଡି, ପୋଲିସଙ୍କୁ ଆକ୍ରମଣ ଓ ପରଦିନ ଥାନା ପୋଡିଥିବା ଲୋକଙ୍କୁ ଆକ୍ରୋଶ ରଖି ସଧାରଣରେ ଲାଠି ଚାର୍ଜ କରି ବେହୋସ କରିବା ଘଟଣାର ଘୋର ନିନ୍ଦା କରାଯାଇଥିଲା। ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ବିଜେପି ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଏସପି ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି।
Popular Categories



