୪,୫୦୦ ବର୍ଷ ପୁରାତନ ଉଦ୍ଭିଦ ଠାବ

ଫ୍ଲିଣ୍ଡର୍ସ ବିଶ୍ବବିଦ୍ୟାଳୟର ଗବେଷକଦଳ ନିକଟରେ ଏକ ପୁରାତନ ଉଦ୍ଭିଦ ଠାବ କରିଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆ ସାର୍କ ଉପସାଗର ଉପକୂଳରେ ଅଗଭୀର ଜଳରାଶିରେ ମାଡ଼ିଥିବା ‘ପୋସିଡୋନିଆ ଅଷ୍ଟ୍ରେଲିସ’ ନାମକ ଏକ ପ୍ରକାର ସାମୁଦ୍ରିକ ତୃଣ ହିଁ ଏହି ବିରଳ ଉଦ୍ଭିଦ ବୋଲି ସେମାନେ ଦାବି କରିଛନ୍ତି। ପାଣି ଭିତରେ ୧୮୦ ବର୍ଗ କିମି ବ୍ୟାପିଥିବା ଏହି ସପୁଷ୍ପକ ଉଦ୍ଭିଦଟି ଅତି କମ୍‌ରେ ୪,୫୦୦ ବର୍ଷର ପୁରୁଣା ବୋଲି ସେମାନେ ବିଭିନ୍ନ ପରୀକ୍ଷାରୁ ସ୍ପଷ୍ଟ କରିଛନ୍ତି। ସବୁଠୁ ବିଚିତ୍ର କଥା ହେଉଛି ଏତେ ବିଶାଳ ଅଞ୍ଚଳରେ ବ୍ୟାପିଥିବା ଏହି ଉଦ୍ଭିଦର ଶାଖାଗୁଡ଼ିକ ଗୋଟିଏ ମଞ୍ଜିରୁ ସୃଷ୍ଟ। ଏଭଳି ପ୍ରଜାତି ଉଦ୍ଭିଦ ନିଜଠାରେ ଅବିକଳ ପ୍ରତିରୂପ ସୃଷ୍ଟି କରି ବ୍ୟାପିଥିବା ଅନୁଧ୍ୟାନରୁ ଜଣାପଡ଼ିଛି।

kalyan agarbati

Comments are closed.