ସୋୟା ମିଲ୍କ ପିଇବାର ଲାଭଦାୟକ ଗୁଣ
ସୋୟା ମିଲ୍କ ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିରେ ଅନେକ ପ୍ରକାର ଭିଟାମିନ, ମିନେରାଲ୍ସ, କ୍ୟାଲସିୟମ ଭରପୂର ମାତ୍ରାରେ ରହିଥାଏ। କ୍ଷୀର ପିଇବା ସ୍ବାସ୍ଥ୍ୟ ନିମନ୍ତେ ଉପକାରୀ ଅଟେ। କିନ୍ତୁ କ୍ଷୀରରେ ମହୁ ମିଶାଇ ପିଇବା ଦ୍ବାରା ଏହାର ଲାଭ ଦୁଇ ଗୁଣ ହୋଇ ଯାଇଥାଏ। ଆସନ୍ତୁ ଜାଣିବା ସୋୟା ମିଲ୍କ ସହ ମହୁ ମିଶାଇ ପିଇବା ଦ୍ବାରା କ’ଣ ଲାଭ ହୋଇଥାଏ ..
ପ୍ରତିଦିନ ସୋୟା ମିଲ୍କ ପିଇବା ଦ୍ବାରା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିରେ କ୍ୟାଲୋରୀର ପରିମାଣ ଖୁବ୍ କମ୍ ରହିଥାଏ।
ଏଥିରେ କ୍ୟାଲସିୟମ ଭରପୂର ମାତ୍ରାରେ ରହିଥିବାରୁ ହାଡକୁ ଶକ୍ତ କରିଥାଏ। ଏହା ମାଂସପେଶୀୟକୁ ମଧ୍ୟ ମଜଭୂତ କରିଥାଏ।
ଏହା ଶରୀରରେ ରକ୍ତର ଅଭାବ ମଧ୍ୟ ପୂରଣ କରିଥାଏ।
ସୋୟା ମିଲ୍କ ପିଇବା ଦ୍ବାରା ପାଚନ ପ୍ରକ୍ରିୟାରେ ସୁଧାର ଆସିଥାଏ।
ଶାରୀରିକ ଦୁର୍ବଳ, ଥକାପଣ ଇତ୍ୟାଦି ଦୂର କରିବାରେ ଏହା ସାହାର୍ୟ୍ୟ କରିଥାଏ।
ଏହି ପାନୀୟରେ ଥିବା ଉପକାରୀ ତତ୍ତ୍ବ କ୍ୟାନସର ସହ ଲଢିଥାଏ।