ନୟାଗଡ: ନିଆଁ ଲାଗି ୫ଟି ପରିବାରର ୮ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ଏପରି ଘଟଣା ନୟାଗଡ ଜିଲା ଦଶପଲ୍ଲା ଶ୍ରୀରାମପୁର ଗ୍ରାମରେ ଦେଖିବାକୁ ମିଳିଛି। ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ଗ୍ରାମ ଲୋକେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲେ।
କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଆଁ ଲାଗିବାରୁ ଦମକଳ ବାହିନୀକୁ ଫୋନ କରାଯାଇଥିଲା। ବାରମ୍ବାର ଫୋନ କରିବା ସତ୍ତ୍ବେ ଦମକଳ ଗାଡି ଘଟଣାସ୍ଥଳକୁ ଆସି ନଥିଲା। ନିଜ ଉଦ୍ୟମରେ ଗ୍ରାମବାସୀମାନେ ନିଆଁ ଲିଭାଇଥିଲେ ମଧ୍ୟ ସବୁ କିଛି ଜଳି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।
ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବା ଯୋଗୁଁ ସେମାନେ ଆସି ନଥିଲେ ବୋଲି ଅଭିଯୋଗ ହୋଇଛି। ଏହା ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ଜଳିଗଲା ୫ଟି ପରିବାରର ୮ବଖରା ଘର
Popular Categories



