ସାଉଦି ଆରବରେ ମହିଳାଙ୍କୁ ମିଲିଲା କାର ଚଳାଇବା ଅନୁମତି
ରିୟାଦ : ସାଉଦି ଆରବରେ ମହିଳାଙ୍କ ଗାଡ଼ି ଚାଳନା (ଡ୍ରାଇଭିଙ୍ଗ) ଉପରେ ଦୀର୍ଘବର୍ଷ ଧରି ଲାଗିଥିବା ପ୍ରତିବନ୍ଧକ ରବିବାରଠାରୁ ବିଧିବଦ୍ଧ ଭାବେ ହଟିଯାଇଛି। ଏହାପରେ କେତେକ ସହରରେ ମହିଳା କାର ଚଳାଉଥିବା ଦେଖିବାକୁ ମିଳିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ରାଜା ମହମ୍ମଦ ବନ୍ ସଲମାନ ମହିଳାଙ୍କୁ ଡ୍ରାଇଭିଙ୍ଗ ଅଧିକାର ଦେବାକୁ କହିଥିଲେ। ବିଶ୍ୱର ଏକମାତ୍ର ଦେଶ ଭାବେ କେବଳ ସାଉଦି ଆରବରେ ମହିଳାଙ୍କ ଗାଡ଼ି ଚାଳନା ଉପରେ ପ୍ରତିବନ୍ଧକ ରହିଥିଲା। ମହିଳାଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ମିଳିବା ପରେ ଚଳିତ ବର୍ଷ ଜୁନ୍ ମାସରୁ ସେମାନଙ୍କୁ ଲାଇସେନ୍ସ ପ୍ରଦାନ ପକ୍ରିୟା ଆରମ୍ଭ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।