www.samajalive.in
Saturday, December 6, 2025
14.1 C
Bhubaneswar

ମର୍ମନ୍ତୁଦ ଦୁର୍ଘଟଣା ; ଦୁଇ ମୃତ

ସୋର : ସୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଶୁକ୍ରବାର ଏକ ଅଜଣା ଗାଡିକୁ ଧକ୍କା ଦେଇ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢ଼ାବା ନିକଟରେ ଏକ ଅଜଣା ଗାଡ଼ିକୁ କୁକୁଡ଼ା ୪୦୭ ମିନି ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ପଶ୍ଚିମବଙ୍ଗର ଦୁଇ ଯୁବକ ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ପରେ କୁକୁଡ଼ା ଗାଡିରେ ଅଟକିଥିବା ଉଭୟଙ୍କୁ ସୋର ଦମକଳ ବାହିନୀ ଗ୍ୟାସ କଟରରେ କାଟି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପିକଅପରେ ରହିଥିବା ଅନ୍ୟ ଦୁଇ ଯୁବକ ସେଫ ସର୍ଦ୍ଦାର ଓ ଆଲମ୍ ଗିରିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କୁକୁଡ଼ା ଗାଡ଼ି ଖୋର୍ଦ୍ଧାରୁ କୁକୁଡ଼ା ଦେଇ ପଶ୍ଚିମବଙ୍ଗ ଫେରିଲା ବେଳେ ଭୋର ୫ଟାରେ ଏହି ଦୁର୍ଘଟଣା ଘଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories