ପାଟଣା : ୨୦ ନଂ ଜାତୀୟ ରାଜପଥର ବାଙ୍କପାଟୁଳି, ପିପିଳିଆ, ଚିକିଣିଆ, ଖଣ୍ଟଘର, ସାନମସିଣାବିଲ୍ଲା, ବରବେଡା, ଗଦାଧରପୁର ଶନି ମନ୍ଦିର ନିକଟ, ବାଲିଯୋଡି ଆଦି ସ୍ଥାନରେ ଖରାଦିନିଆ କଞ୍ଚା ଆମ୍ବ, ପାଚିଲା ଆମ୍ବ, ପଣସ, ପଣସ କଠା, ଅମୃତଭଣ୍ଡା, ଆଦି ବିକ୍ରି କରି ଚାଷୀ ବେଶ ଦୁଇପଇସା ପାଉଥିବା ଦେଖାଯାଉଛି । ଚଳିତ ବର୍ଷ ଦୀର୍ଘ ଦିନର ବ୍ୟବଧାନରେ ବର୍ଷା ଅସରାଏ ହୋଇଛି ସତ ଆମ୍ବ ପଣସ ଗଛ ଦୀର୍ଘ ଦିନ ପାଣି ପାଇନଥିବାରୁ ଲୋଭନୀୟ ଦେଶୀ ଓ ବିଦେଶୀ ଆମ୍ବ ପାଚିବା ପୂର୍ବରୁ ଝଡି ପଡିଥିବାରୁ ଚାଷୀମାନେ ଏହାକୁ ରାସ୍ତା କଡ଼ରେ ବିକ୍ରି କରୁଥିବା ଦେଖାଦେଇଛି। ଏହାର ଭଲ ଚାହିଦା ଥିବାବେଳେ ରାସ୍ତାରେ ଦେଶୀ ଆଚାର କରିବା ପାଇଁ ରାସ୍ତାରେ ଯାତାୟତ କରୁଥିବା ୪ ଚକିଆ ଯାନରେ ଆସୁଥିବା ଲୋକେ, ଟ୍ରକ ଚାଳକ ଏହାକୁ କିଣି ନେଉଥିବା ଦେଖାଦେଇଛି। ଏଠାରେ ଆଚାର ତିଆରି କ୍ଷୁଦ୍ର ଶିଳ୍ପ ନଥିବାରୁ ଏଠାରୁ ବେପାରୀ ମାନେ ଶସ୍ତାରେ ବିଦେଶୀ କଞ୍ଚା ଆମ୍ବ କିଣି ଆଚାର କମ୍ପାନୀକୁ ଯୋଗାଉଥିବା ଦେଖାଦେଇଛି। ତଥାପି ଘର ପାଖରେ ବିକ୍ରି ସୁଯୋଗ ଥିବାରୁ ରାସ୍ତା କଡ଼ରେ ଲୋକେ ଆମ୍ବ, ପଣସ, କଠା ବେପାରରେ ଆଗ୍ରହ ରଖୁଛନ୍ତି।
Popular Categories



