ମଦ ପାଇଁ ମା’କୁ ହତ୍ୟା !
ଢେଙ୍କାନାଳ : ମଦ ପାଇଁ ମା’କୁ ଫାର୍ଶାରେ ହାଣି ମାରିଲା ପୁଅ । ଏମିତି ବୀଭତ୍ସ ହତ୍ୟାକାଣ୍ଡ ଗଁଦିଆ ଥାନା ରାଇତଳା ଗାଁରେ ଘଟିଛି । ମଦ ପିଇବା ପାଇଁ ପୁଅ ନିଜ ମା’କୁ ପଇସା ମାଗିଥିଲା । କିନ୍ତୁ ମା’ ମନା କରିବାରୁ ଉତ୍ୟକ୍ତ ହୋଇ ପୁଅ ଘରେ ଥିବା ଏକ ଫାର୍ଶାରେ ମା’କୁ ବୀଭତ୍ସ ଭାବେ ହାଣି ହତ୍ୟା କରିଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଚଳାଇଛି ପୁଲିସ ।
Comments are closed.