ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ଖୋଲିଲା ସୋଲଫେଜ୍, ଗୋଟିଏ ଛାତ ତଳେ ମିଳିବ ଅତ୍ୟାଧୁନିକ ମ୍ୟୁଜିକ୍ ସିଷ୍ଟମ

ଭୁବନେଶ୍ୱର: ଅଡ଼ିଓ, ଭିଡ଼ିଓ ଅଟୋମେସନ ଲାଇଫଷ୍ଟାଇଲ ସାମଗ୍ରୀରେ ୧୨ ବର୍ଷରୁ ଅଧିକ ପୁରୁଣା କମ୍ପାନୀ, ସୋଲଫେଜ ଏବେ ତା’ର ରିଟେଲ ବ୍ୟବସାୟ ବୃଦ୍ଧିକରଣ ଦିଗରେ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏବେ ଭୁବନେଶ୍ୱର କଳ୍ପନା ସ୍ଥିତ ଉତ୍କଳ କନିକା ଗାଲେରିଆ ମଲ୍ ଦ୍ୱିତୀୟ ମହଲାରେ ଓଡିଶାର ପ୍ରଥମ ଷ୍ଟୋର ସୋଲଫେଜ୍ ନୂଆ ଷ୍ଟୋର ଆରମ୍ଭ ହୋଇଛି। ଉଦଘାଟନ ସମୟରେ ସୋଲଫେଜ୍ ବାଣିଜ୍ୟିକ ମୁଖ୍ୟ ବିକାଶ ମୋହତା, ମନୋଜ୍ ଓମ୍ ଅଗ୍ରୱାଲ ଓ ମଲ୍ ଜେନେରାଲ ମ୍ୟାନେଜର ଦୁଲାର ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

ଏହି ନୂଆ ସଂଯୋଗ ଦ୍ୱାରା ଓଡ଼ିଶାରେ ଏହାର ସାମଗ୍ରିକ ଉପଲବ୍ଧତାକୁ ବୃଦ୍ଧି କରିବା ପାଇଁ ସୋଲଫେଜ୍ ପ୍ରତିବଦ୍ଧ ହୋଇଛି। ଏହା ପୂର୍ବରୁ କୋଲକତା, ଗୁରୁଗ୍ରାମ ଓ ଗୋହାଟି ସୋଲଫେଜ୍ର ଶାଖା ରହିଛି। ସୋଲଫେଜ୍ ବିଶ୍ୱର ଶ୍ରେଷ୍ଠ ବ୍ରାଣ୍ଡଗୁଡ଼ିକୁ ଚୟନ କରିବାରେ ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଭାବେ ଘରେ ଘରେ ପରିଚିତ। ଏଠାରେ ସ୍ପିକର, ସାଉଣ୍ଡବାର, ହେଡଫୋନ୍, ହୋମ ଥିଏଟର୍ ଓ ହୋମ ଅଟୋମେସନ ସିଷ୍ଟମ୍ ଆଦି ଉପଲବ୍ଧ। ଏହି ଉତ୍ପାଦଗୁଡ଼ିକ ଆଧୁନିକ ଲାଇଫଷ୍ଟାଇଲର ପ୍ରତ୍ୟେକ ଦିଗକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ବାଙ୍ଗ ଆଣ୍ଡ ଓଲୁଫ୍ସେନ, ବାୱର୍ସ ଆଣ୍ଡ ବିଲକିନ୍ସ, ଡେଭିଆଲେଟ, ନାଏମ, ସୋନସ, ବୋସ, ମାର୍ଶାଲ ଏବଂ ଡାଇସନ ଭଳି ବିଶ୍ୱ ପ୍ରସିଦ୍ଧ ବ୍ରାଣ୍ଡଗୁଡ଼ିକ ଏବେ ସୋଲଫେଜ୍ ଦ୍ୱାରା ଭୁବନେଶ୍ୱରରେ ଉପଲବ୍ଧ।

ସୋଲଫେଜ୍ ନିଜର ଦକ୍ଷତାକୁ ଆଧୁନିକ ହୋମ ଅଟୋମେସନ ସିଷ୍ଟମ (ସ୍ମାର୍ଟ ହୋମ୍ ବ୍ୟବସ୍ଥା) ପରି ବିଶ୍ୱରସ୍ତରୀୟ ଉତ୍ପାଦ ପ୍ରଦାନକାରୀ କଣ୍ଟ୍ରୋଲ ୪, କେ ଏନ ଏକ୍ସ, ଲୁଟ୍ରୋନ ଓ ବେସେଲ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ସୋଲଫେଜ୍ ନିଜର ହୋମ ଥିଏଟର ସିଷ୍ଟମ ଯାହା ବାୱର୍ସ ଆଣ୍ଡ ବିଲକିନ୍ସ, ଫୋକାଲ, ଗାଲୋ ଆକୁଷ୍ଟିକ୍, କ୍ରିକ୍ସ ପରି ବ୍ରାଣ୍ଡଗୁଡ଼ିକ ସହିତ ଏକ ଅସାଧାରଣ ଚିତ୍ରାନୁଭବ ଦେଇଥାଏ। ସୋଲଫେଜ୍ ନିଜର ଇ-କମର୍ସ ପ୍ଳାଟଫର୍ମ (ଙ୍ଗଙ୍ଗଙ୍ଗ.ଗ୍ଦକ୍ଟକ୍ଷକ୍ଷଲରଶର.ମକ୍ଟଜ୍ଞ) ମାଧ୍ୟମରେ ଏକ ପ୍ରତିଷ୍ଠିତ ପରିଚୟ ସୃଷ୍ଟି କରିଛି। ଏହା ଏବେ ଭୁବନେଶ୍ୱରରେ ନିଜର ପ୍ରିମିଅମ ରିଟେଲ୍ ଅନୁଭବକୁ ନିକଟରେ ନେବା ପାଇଁ ଆଗ୍ରହୀ, ଯେଉଁଠାରେ ଦୋକାନରେ ପରାମର୍ଶ, ଉତ୍ପାଦ ଡେମୋ ଏବଂ ଉତ୍ପାଦ ସମ୍ବନ୍ଧିତ ନିପୁଣ ମତାମତ ମଧ୍ୟ ପ୍ରଦାନ କରୁଛି।

Comments are closed.