ସାମାଜିକ ଗଣମାଧ୍ୟମ ଦିବସ

ଇଂଲଣ୍ଡର ଜଣାଶୁଣା ମନୋରଞ୍ଜନଧର୍ମୀ କମ୍ପାନୀ ମାଶେବଲ୍ ପ୍ରଥମଥର ‘ସାମାଜିକ ଗଣମାଧ୍ୟମ ଦିବସ’ର ପାଳନ ୨୦୧୦ ଜୁନ୍‌ ୩୦ରେ ଆରମ୍ଭ କରିଥିଲା। ସେବେଠୁ ବିଶ୍ବସ୍ତରରେ ‘ସାମାଜିକ ଗଣମାଧ୍ୟମ ଦିବସ’ ଭାବେ ପାଳନ କରାଯାଉଛି। କେବଳ ଯୁବପିଢ଼ି ନୁହେଁ, ବୟସ୍କ ଲୋକେ ବି ଗଣମାଧ୍ୟମର ମାୟାଜାଲରେ ଛନ୍ଦିହୋଇଗଲେଣି। ପ୍ରତିଦିନ ଲକ୍ଷାଧିକ ଲୋକ ଫେସବୁକ୍, ହ୍ବାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଆଦିର ବ୍ୟବହାର କରୁଥିବାବେଳେ ସେମାନଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ୧୯୯୭ରେ ପ୍ରଥମ ସାମାଜିକ ଗଣମାଧ୍ୟ ସାଇଟ୍ ‘ସିକ୍ସ ଡିଗ୍ରୀଜ୍’ ଆରମ୍ଭ ହେଲା। ଏଥିରେ ବ୍ୟବହାରକାରୀ ତାଙ୍କ ପରିଚୟ ଦେବା ସହ ଫଟୋ ଅପଲୋଡ କରି ବନ୍ଧୁମାନଙ୍କ ସହ ଯୋଗାଯୋଗ କରିପାରୁଥିଲେ। ୨୦୦୪ରେ ଫେସବୁକ୍‌ ଆରମ୍ଭ ହେଲା। ଖୁବ୍ କମ୍ ସମୟରେ ଏହାର ଲୋକପ୍ରିୟତା ବିଶ୍ବସ୍ତରରେ ପହଞ୍ଚିଲା। ପରେପରେ ସାମାଜିକ ଗଣମାଧ୍ୟମର ସଂଖ୍ୟା ବଢ଼ିବାକୁ ଲାଗିଲା। ପ୍ରତି ମିନିଟ୍‌ରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଅଧିକ ୟୁ-ଟ୍ୟୁବ୍ ଭିଡିଓ ଅପଲୋଡ ହେଉଛି। ସ୍ମାର୍ଟଫୋନ୍ ଧରୁଥିବା ପ୍ରତ୍ୟେକ ବ୍ୟକ୍ତି ଦିନକୁ ଅତିକମ୍‌ରେ ୪୦ ମିନିଟ୍ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ସହାୟତାରେ ବିଭିନ୍ନ ସଂସ୍କୃତି, ଦେଶବିଦେଶର ଖବରର ଯୋଗାଯୋଗ ବେଶ୍ ସହଜରେ ପ୍ରଚାରିତ ହୋଇପାରୁଛି।

kalyan agarbati

Comments are closed.