ଏସସିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଭାରତରୁ ଅଣବାସୁମତୀ ଚାଉଳ ଆମଦାନି କରିବ ଚୀନ
କ୍ୱିଙ୍ଗଡାଓ (ଚୀନ) : ଚୀନର କ୍ୱିଙ୍ଗଡାଓରେ ସାଙ୍ଘାୟ ସମନ୍ୱୟ ସଂଗଠନ (ଏସସିଓ)ର ବାର୍ଷିକ ସମ୍ମିଳନୀ ଶନିବାର ଠାରୁ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଛନ୍ତି। ସମିତିରେ ବିଶ୍ୱର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଅଲୋଚନା କରାଯାଇଛି। ଏଗୁଡିକ ମଧ୍ୟରେ ଇରାନର ପରମାଣୁ ଚୁକ୍ତି, ରୁଷ ଉପରେ ଆମେରିକାର କଟକଣା ଓ ଭାରତ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳର ପରିସ୍ଥିତି ବାବଦରେ ଆଲୋଚନା କରାଯାଇଛି।
ଏସସିଓରେ ଯୋଗଦେବା ପୂର୍ବରୁ ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା କାଳରେ ଦୁଇ ଦେଶ ମଧ୍ୟରେ ଦୁଇଟି ରାଜିନାମା ସ୍ୱାକ୍ଷର ହୋଇଥିଲା। ପ୍ରଥମ ରାଜିନାମା ଅନୁଯାୟୀ ବ୍ରହ୍ମପୁତ୍ର ନଦୀରେ ଚୀନ କରୁଥିବା ହାଇଡ୍ରୋ ଇଲେକ୍ଟ୍ରି ପ୍ରକଳ୍ପ ବାବଦରେ ଭାରତରୁ ସମସ୍ତ ସୂଚନା ପ୍ରଦାନ କରିବ। ସେହିପରି ଭାରତରୁ ବାସୁମତୀ ସମେତ ସମସ୍ତ ପ୍ରକାର ଚାଉଳ ଆମଦାନୀ କରିବା ଲାଗି ଚୀନକୁ ଅନୁମତି ଦିଆଯିବ। ଏଥିପାଇଁ ଆନ୍ତର୍ଜାତିକ ନିୟମରେ ସଂଶୋଧନ କରାଯିବ। ସେହିପରି ବ୍ୟାଙ୍କ ଅଫ ଚୀନର ଏକ ଶାଖା ମୁମ୍ବଇରେ ଖୋଲିବା ଲାଗି ଭାରତ ସରକାର ଅନୁମତି ଦେବେ। ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରାବାକୁ ବୃଦ୍ଧି କରିବାକୁ ସ୍ଥିର କରାଯାଇଛି। ୨୦୨୦ ସୁଦ୍ଧ ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ୧୦,୦୦୦କୋଟି ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦ୍ୱିପାକ୍ଷିକ କଥାବାର୍ତ୍ତା କାଳରେ ମୋଦୀ ଆସନ୍ତା ବର୍ଷ ଭାରତରେ ଦୁଇ ଦେଶର ଅନୌପଚାରିକ ସମିତି ଆୟୋଜନ ପାଇଁ ଜିନପିଙ୍ଗଙ୍କୁ ନିମନ୍ତ୍ରଣ କରିଥିଲେ। ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଜିନପିଙ୍ଗ ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଜିନପିଙ୍ଗଙ୍କୁ ସାକ୍ଷାତ ପରେ ମୋଦୀ ତାଜିକସ୍ତାନ ରାଷ୍ଟ୍ରପତି ଇମୋମାଲି ରେହମୋନ ଓ ଉଜବେକିସ୍ତାନ ରାଷ୍ଟ୍ରପତି ସାଭାକାତ ମିରଜିଙ୍କୁ ସାକ୍ଷାତ କରିଥିଲେ। ଏହା ସହିତ ଏସସିଓର ମହାସଚିବ ରସିଦ ଆଲିମୋଭଙ୍କୁ ସାକ୍ଷାତ କରିଥିଲେ। ରସିଦ କହିଥିଲେ ଏସସିଓକୁ ଭାରତର ଅବଦାନ ପ୍ରଶଂସନୀୟ। ୨୦୧୭ରେ ଭାରତ ଏସସିଓର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲା। ଏସସିଓରେ ଯୋଗଦେବାକୁ ମୋଦି ଚୀନରେ ପହଞ୍ଚିବା ପରେ ଭାରତୀୟ ସମୁଦାୟଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

Leave A Reply