ନାଗ ଓ ନାଗୁଣୀ ଉଦ୍ଧାର

0

ଭଦ୍ରକ: ରବିବାର ସକାଳେ ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ପାଇକ ସାହିର ବିଜୟ କୁମାର ସ୍ୱାଇଁଙ୍କ ଘର ଭିତର ଅନ୍ଧାରୁଆ ସ୍ଥାନର ଏକ କୋଣରୁ ନାଗ ଓ ନାଗୁଣୀ ଉଦ୍ଧାର ହୋଇଛନ୍ତି। ଏହି ସାପ ଦୁଇଟିର ଲମ୍ବ ପ୍ରାୟ ସାଢେ ୫ଫୁଟ। ସାପ ଧରାଳି ସେକ୍‍ ମିର୍ଜା ଅତି କୌଶଳର ସହ ନାଗ ଓ ନାଗୁଣୀଙ୍କୁ ଧରି ପ୍ଲାଷ୍ଟିକ ଡବା ମଧ୍ୟରେ ଭର୍ତ୍ତି କରିଛନ୍ତି।

prayash


ଗତ କିଛି ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ଅସ୍ୱାଭାବିକ ପରିସ୍ଥିତି ଲାଗି ରହିଥିଲା। ଶନିବାର ଦିନ ତାଙ୍କ ଘରୁ ୧୦୬ଟି ନାଗସାପ ଛୁଆ ଉଦ୍ଧାର ହୋଇଥିଲେ। ସାପକୁ ଡବାରେ ଭର୍ତ୍ତି କରାଯାଇ ସର୍ବସାଧାରଣଙ୍କ ଦେଖିବା ନିମନ୍ତେ ବ୍ୟାରିକେଡ କରାଯାଇ ବାହାରେ ରଖାଯାଇଛି। ଘଟଣାସ୍ଥଳରେ ଭଦ୍ରକ ଜିଲା ବନଖଣ୍ଡ ଅଧିକାରୀ, ଧାମନଗର ରେଞ୍ଜର ଓ ସହକର୍ମୀ, ସ୍ଥାନୀୟ ପୁଲିସ ଉପସ୍ଥିତ ଅଛନ୍ତି।

kalyan agarbati
Leave A Reply