ସାପ ଆତଙ୍କରେ ଧାମନଗର ବାସୀ

0

ଧାମନଗର: ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଷଧର ସାପଙ୍କ ସଂଖ୍ୟା ବଢି ଥିବାରୁ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜି ପୁଣି ସେହି ଅଞ୍ଚଳରେ ଜୟନଗର ନିକଟ କଣ୍ଟାବଣିଆ ଠାରେ ଗୌରାଙ୍ଗ ଜେନାଙ୍କ ଘରୁ ସୋମବାର ୭ଟି ନାଗ ସାପ ଉଦ୍ଧାର କରାଯାଇଛି । ସାପ ଧରାଳି ସେକ ମିର୍ଚ୍ଚା ବର୍ତ୍ତମାନ ସେହି ସ୍ଥାନରେ ସାପ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ଆଜି ମଧ୍ୟ ସେଠାରେ ୧୦ ଟି ନାଗ ସାପ ସହ ଏକ ନାଗୁଣୀକୁ ମଧ୍ୟ ଉଦ୍ଧାର କରାଯାଇଛି ।

prayash

ସୂଚନାଯୋଗ୍ୟ, ଗତ ୩ ଦିନ ତଳେ ଧାମନଗରର ପାଇକସାହି ଅଞ୍ଚଳର ବିଜୟ କୁମାର ଭୂଇଁଆଙ୍କ ଘରୁ ନାଗ ସାପ ବାହାରିଥିଲା । ସେଠାରେ ପୂର୍ବରୁ ଏକ ଉଇ ହୁଙ୍କା ଥିବା ଜଣାପଡିଛି । ପ୍ରଥମେ ସେଠାରୁ ୨ରୁ ୩ଟି ସାପ ବାହାରି ଥିଲା ପରେ ଅଧିକ ଖେଳାଖୋଳି କରିବାରୁ ବହୁ ସଂଖ୍ୟାରେ ସାପ ଛୁଆ, ସାପ ଅଣ୍ଡା ଓ ନାଗ ନାଗୁଣି ବାହାରି ଥିଲା । ନାଗ ନାଗୁଣୀ ସହ ମୋଟ ୧୨୭ଟି ସପ ଛୁଆ, ସାପ ଅଣ୍ଡା ଏବଂ ଅନ୍ୟ ଜାତିର ସାପ ଉଦ୍ଧାର ହୋଇ ବନ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି ।

kalyan agarbati
Leave A Reply