ନୂଆଦିଲ୍ଲୀ : ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଯଦିଓ କରୋନାରେ ବିପଦ ଅକ୍ଷୁର୍ଣ୍ଣ ରହିଛି, ତଥାପି ବିଶ୍ଵବ୍ୟାପୀ ଲକଡାଉନ୍ ଧୀରେ ଧୀରେ ଖୋଲୁଛି। ଅନେକ ଦେଶରେ କ୍ରୀଡା କାର୍ଯ୍ୟକଳାପ ଆରମ୍ଭ ହେଉଛି, ଏଭଳି ପରିସ୍ଥିତିରେ ବିଶ୍ଵର ସବୁଠାରୁ ବଡ ଟି-୨୦ ଲିଗ୍ ଆଇପିଏଲ ପୁନର୍ବାର ଖେଳାଯିବାର ସମ୍ଭାବନା ଦେଖାଦେଇଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ ଭାରତ ଆସି ଆଇପିଏଲ ଖେଳିବାକୁ ରାଜି ହୋଇଛନ୍ତି, କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି।
ସ୍ମିଥ ସୋମବାର କହିଛନ୍ତି ଯେ, ପରିସ୍ଥିତି ଆମ ନିୟନ୍ତ୍ରଣ ବାହାରେ। ଆମକୁ ଯାହା କୁହାଯାଉଛି ତାହା କରୁଛୁ। ଦେଶ ପାଇଁ ବିଶ୍ୱକପ ଖେଳିବା ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ଯଦି ଏହାକୁ ସ୍ଥଗିତ ରଖାଯାଏ ଏବଂ ଆଇପିଏଲ ଅନୁଷ୍ଠିତ ହୁଏ ତେବେ ମୁଁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି ନେଇ ଏହି ଟି-୨୦ ଲିଗରେ ଖେଳିବାକୁ ଚାହେଁ ବୋଲି ସ୍ମିଥ କହିଛନ୍ତି।
ଭାରତରେ ଆଇପିଏଲ୍ ଖେଳିବାକୁ ପ୍ରସ୍ତୁତ : ସ୍ମିଥ୍
Popular Categories



