ଏଠି ହସିବା ମନା !

0

ଉତ୍ତର-କୋରିଆର ଏକଚ୍ଛତ୍ରବାଦ ଶାସନକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ଚାଲିଛି। ସେଠା ନାଗରିକଙ୍କର କୌଣସି ସ୍ବାଧୀନତା ନାହିଁ କହିଲେ ଚଳେ। ଏପରିକି ପର୍ୟ୍ୟଟକଙ୍କ ନିମନ୍ତେ ମଧ୍ୟ କଡ଼ାକଡ଼ି ନିୟମ ରହିଛି। ନିକଟରେ ଏହି ରାଷ୍ଟ୍ରର ଅନ୍ୟ ଏକ ରହସ୍ୟ ଉନ୍ମୋଚିତ ହୋଇଛି।

ପ୍ରତି ବର୍ଷ ଜୁଲାଇ ୮ ଓ ଡିସେମ୍ବର ୧୭ରେ ଏଠାରେ ସ୍ଥାନୀୟ ବାସିନ୍ଦା ଓ ପର୍ୟ୍ୟଟକ କେହି ହସିପାରିବେନାହିଁ। ଯଦି କେହି ଏପରି କରିଥିବାର ଅଭିଯୋଗ ଆସେ, ତେବେ ସେହି ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ନଚେତ୍ ମୃତ୍ୟୁଦଣ୍ଡାଦେଶ ମିଳିଥାଏ।

ଗତ ୪ ବର୍ଷ ହେଲାଣି ସେଠାରେ ଏହି ନିୟମ କଡ଼ାକଡ଼ି ଭାବେ ପାଳିତ ହେଉଛି। ମିଳିଥିବା ଖବର ଅନୁସାରେ ଶାସକ କିମ୍ ସୁଙ୍ଗ ଓ କିମ୍ ଜୋଙ୍ଗ-୨ ଏହି ଦିନ ପ୍ରାଣ ହରାଇଥିଲେ। ଏଣୁ ଲୋକେ ବାଧ୍ୟତାମୂଳକ ଭାବେ ଦୁଃଖ ପ୍ରକାଶ କରିବା ଏହି ରାଷ୍ଟ୍ରର ମୁଖ୍ୟ ନିୟମ ଅଟେ।

Leave A Reply